ଯବାନଙ୍କ ସହ ଦୀପାବଳୀ ପାଳିବେ ମୋଦି

ନୂଆଦିଲ୍ଲୀ: ଆଜି ଯବାନଙ୍କ ସହ ଦୀପାବଳୀ ପାଳିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୀପାବଳି ପାଳିବାକୁ ଜୈସଲମେରରେ ପହଂଚି ପ୍ରଧାନମନ୍ତ୍ରୀ ସମ୍ବୋଧନ ଦେଇଛନ୍ତି । ସେ କହିଛନ୍ତି, ‘ଯବାନଙ୍କ ସହ ଉପସ୍ଥିତ ହୋଇ ମୋର ଦୀପାବଳି ପାଳନ ସଂପୂର୍ଣ୍ଣ ହୋଇଛି । ଯବାନଙ୍କ ପାଇଁ ଦେଶବାସୀଙ୍କ ପକ୍ଷରୁ ମୁଁ ମିଠାଇ ନେଇ ଆସିଛି । ପ୍ରତି ମିଠାରେ ଦେଶର ପ୍ରତି ମାଆର ସ୍ନେହ ଭରି ରହିଛି । ଲୋଙ୍ଗେଓାଲା ପୋଷ୍ଟରେ ଶୌର୍ଯ୍ୟର ଗାଥା ଲିପିବଦ୍ଧ ହୋଇ ରହିଛି । ଲୋଙ୍ଗେଓାଲା ପରାକ୍ରମ ଶଥ୍ରୁପକ୍ଷକୁ ହତାଶ କରିଥିଲା । ସୀମାରେ ମୁତୟନ ସେନାବାହିନୀଙ୍କ ପରିବାରକୁ ନମସ୍କାର କରୁଛି । ପୂରା ଦେଶ ବୀର ଯବାନଙ୍କ ବୀରତ୍ୱ ସଂପର୍କରେ ଜାଣିଛି । ବିସ୍ତାରବାଦୀ ମାନସିକତାକୁ ନେଇ ବିଶ୍ୱବାସୀ ବ୍ୟସ୍ତ, ବିବ୍ରତ’ । ‘ତୁମେ ବରଫ ପାହାଡ ଉପରେ କିମ୍ବା ମରୁଭୂମିରେ ରୁହ, ମୋର ଦିଓାଲୀ ତୁମ ମାନଙ୍କ ମଧ୍ୟରେ ଆସେ ଏବଂ ମୁଁ ତୁମ ଚେହେରାରେ ଖୁସି ଦେଖିଲେ ମୋ ଖୁସି ଦୁଇ ଗୁଣ ବଢିଯାଏ । ମୁଁ ଆପଣଙ୍କ ମଧ୍ୟରେ ଦେଶର ଆନନ୍ଦ ଆଣିବାକୁ ଆସିଛି । ମୁଁ ମଧ୍ୟ ଆପଣଙ୍କ ପାଇଁ ମିଠା ଆଣିଛି । କିନ୍ତୁ ଦେଶର ଏହି ପ୍ରଧାନମନ୍ତ୍ରୀ ମିଠା ଦେବାକୁ ଆସିନାହାନ୍ତି, ଏହା ପ୍ରେମର ସ୍ୱାଦ ଆଣିଛି ଏବଂ ସମସ୍ତ ଦେଶବାସୀଙ୍କର ଅଟେ । ଏହି ମିଠାରେ ଆପଣ ଦେଶର ପ୍ରତ୍ୟେକ ମାଙ୍କ ହାତର ମଧୁରତା ଓ ସ୍ନେହ ବାରି ପାରିବେ ଏବଂ ବାପା ଭାଇଙ୍କ ଆଶିର୍ବାଦକୁ ମଧ୍ୟ ଅନୁଭବ କରିପାରିବେ’ ।





LEAVE A REPLY

Please enter your comment!
Please enter your name here