28.1 C
Bhubaneswar
Thursday, May 2, 2024
Homeଓଡିଶାନୟାଗଡ ଷ୍ଟେସନର ସମସ୍ତ କର୍ମଚାରିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

ନୟାଗଡ ଷ୍ଟେସନର ସମସ୍ତ କର୍ମଚାରିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର

ନୟାଗଡ  : ନୟାଗଡ ଷ୍ଟେସନର ସମସ୍ତ କର୍ମଚାରିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଷ୍ଟେସନ ମ୍ୟାନେଜରଙ୍କ କାର୍ଯ୍ୟଳୟ ସମେତ ଅନ୍ୟ ସବୁ କୋଠାରେ ତାଲା ଝୁଲୁଛି । ଏଠାରେ ଦୁଇ ଜଣ ସୁରକ୍ଷା କର୍ମୀ ରେଳ ଷ୍ଟେସନକୁ ଜଗିବା ଦାଇତ୍ୱରେ ଅଛନ୍ତି । ଏବେ ଷ୍ଟେସନ କର୍ମଚାରୀ ଶୂନ୍ୟ ହୋଇ ପଡିଥିବାରୁ ଏହା ଅସାମାଜିକ କାର୍ଯ୍ୟର ପେଣ୍ଠ ସ୍ଥଳୀରେ ପରିଣତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ନୟାଗଡରୁ ମହୀପୁର, ପର୍ଯ୍ୟନ୍ତ ଚାଲିଥିବା ବିଦୂତ କରଣ କାର୍ଯ୍ୟକୁ ବାତିଲ କରାଯାଇ ଏଥିରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସମ୍ବଲପୁର ସ୍ଥାନାଂତର କରାଯାଇଛି । ଅନ୍ୟପକ୍ଷରେ ମହୀପୁର ଷ୍ଟେସନରେ କାର୍ଯ୍ୟ କରୁଥିବା ଦୁଇଜଣ କର୍ମଚାରୀଙ୍କୁ ମଧ୍ୟ ଅନ୍ୟ ସ୍ଥାନକୁ ବଦଳି କରାଯାଇଛି । ଏଭଳି ଅବସ୍ଥା କେବଳ ନୟାଗଡ ବା ମହୀପୁର ନୁହେଁ, ଖୋର୍ଦ୍ଧା ଟାଉନ, ବେଗୁନିଆ, ରାଜସୁନାଖଳା ଏବଂ ବୋଲଗଡ ଷ୍ଟେସନର ମଧ୍ୟ ସମାନ ଦଶା, ଅନ୍ୟ ପକ୍ଷରେ ନୟାଗଡ ଷ୍ଟେସନରୁ ସମସ୍ତ କର୍ମଚାରୀଙ୍କୁ ପ୍ରତ୍ୟହାର କରି ନିଆ ଯିବାସହିତ ଏଠାରେ ପୂର୍ବରୁ ସଂଯୋଗ କରାଯାଇ ଥିବା ଲାଇଟ ଗୁଡିକ କାଢି ନିଆ ଯାଇ ଥିବାରୁ ଷ୍ଟେସନରେ ଅନ୍ଧାର ରାଜତ୍ୱ କରୁଛି ।

ସେଇଭଳି ଏଠା ରେ ଲଗାଯାଇ ଥିବା 100ଫୁଟ ଉଚ୍ଚର ଉଚତା ବିଶିଷ୍ଟ ଖୁଣ୍ଟରୁ ଜାତୀୟ ପତାକା ଏବଂ ଲାଇଟ ମଧ୍ୟ କାଢି ନିଆ ଯାଇଛି। ନୟାଗଡ ଏକ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ହୋଇ ଥିଲାବେଳେ, ଏଠାରେ ଅନେକ ଉର୍ନତି ମୂଳକ କାର୍ଯ୍ୟ ଚାଲୁ ରହିଥିଲା । ଏପରିକି 2021ସୁଦ୍ଧା ଦଶପଲ୍ଲା କୁ ରେଳ ଚଳାଚଳ କରିବ ବୋଲି ପୂର୍ବରୁ କେନ୍ଦ୍ର ପ୍ରାକୃତିକ ତୈଳ, ଗ୍ୟାସ, ତଥା ଇସ୍ପାତ ମନ୍ତ୍ରି ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିଲେ । ରେଳ ବିଭାଗର ଏପରି କାର୍ଯ୍ୟକୁ ନେଇସମଗ୍ର ନୟାଗଡ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏହାକୁ ନେଇ ମଧ୍ୟ ଏକ ବଡ଼ ଧରଣ ର ଆନ୍ଦୋଳନ ହେବାର ଆଶଙ୍କା କୁ ଏଡ଼ାଇ ଦିଆ ଯାଇ ନପାରେ । ଏ ସମ୍ପର୍କ ରେ ଖୋର୍ଦ୍ଧା ରୋଡ଼ ରେଳ ବିଭାଗ ଟି ପବ୍ଲିସିଟି ଇନସି ପେକ୍ଟର ଲଳିତା ପଣ୍ଡା କହନ୍ତି କରୋନା ସମୟରେ ଏହି ଲାଇନ ର ରେଳ ଚଳାଚଳ ବନ୍ଦ ରହି ଥିବାରୁ ଏଠାରେସେ ଭଳି କୌଣସି କାର୍ଯ୍ୟ ନଥିବାରୁ ଅନ୍ୟ ଯେଉଁ ଷ୍ଟେସନ ରେ କର୍ମ ଚାରି ଅଭାବ ଦେଖା ଦେଇଛି ସେଠାକୁ ଏଠାର କର୍ମ ଚାରି ଙ୍କୁ ବୋଧହୁଏ ସାମୟିକ ଭାବେ ପଠା ଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking