32.1 C
Bhubaneswar
Sunday, April 28, 2024
Homeଓଡିଶାଆମ୍ବୁଲାନ୍ସରେ ଅକ୍ସିଜେନ୍ ସରିଗଲା, ଛଟପଟ ହୋଇ ଆଖିବୁଜିଲେ କରୋନା ଆକ୍ରାନ୍ତ !

ଆମ୍ବୁଲାନ୍ସରେ ଅକ୍ସିଜେନ୍ ସରିଗଲା, ଛଟପଟ ହୋଇ ଆଖିବୁଜିଲେ କରୋନା ଆକ୍ରାନ୍ତ !

ନୟାଗଡ଼ : ସରିଗଲା ଅକ୍ସିଜେନ୍ । ଫଳରେ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ଯନ୍ତ୍ରଣାରେ ଛଟପଟ ହୋଇ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ମୃତ ବ୍ୟକ୍ତି ଦଶପଲ୍ଲା ବ୍ଲକ୍ ଅଧୀନସ୍ଥ ଖମାରସାହି ପଞ୍ଚାୟତ ସୁବଳୟା ଗ୍ରାମର ଅର୍ଜୁନ ପରିଡ଼ାଙ୍କ ପୁଅ ମାନସ ପରିଡ଼ା(୩୩) । ସୂଚନା ଅନୁଯାୟୀ ମାନସ ଗତ କିଛି ଦିନ ହେଲା ଅସୁସ୍ଥ ହୋଇ ପଡ଼ିଥିଲେ । କୋଭିଡ୍ ପରୀକ୍ଷା ନକରି ଘରେ ଔଷଧ ଖାଇ ଆସୁଥିଲେ । ମାତ୍ର ଆଜି ପୂର୍ବାହ୍ନରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । କୋଭିଡ୍ ପରୀକ୍ଷା ପରେ ପଜିଟିଭ୍ ବାହାରିବା ସହ ଅକ୍ସିଜେନ୍ ପରିମାଣ ୮୫ ପ୍ରତିଶତକୁ ଖସି ଆସିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା । ତାଙ୍କୁ ଖଣ୍ଡପଡ଼ା ସ୍ଥିତ କୋଭିଡ୍ କେୟାର୍ ସେଣ୍ଟର୍‌କୁ ପଠାଯାଇଥିଲା । ସେଠାରୁ ଅକ୍ସିଜେନ୍ ଲଗାଯାଇ ଚାନ୍ଦପୁର ସ୍ଥାନାନ୍ତର କରାଯାଇଥିଲା । ଚାନ୍ଦପୁରରୁ ପ୍ରାୟ ୩ କିମି ପୂର୍ବରୁ ଆକ୍ସିଜେନ୍ ଶେଷ ହୋଇଯାଇଥିଲା । ଯାହା ଫଳରେ ଗାଡ଼ିରେ ଯନ୍ତ୍ରଣା ଅନୁଭବ କରି ଆକ୍ରାନ୍ତ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking