26.1 C
Bhubaneswar
Friday, March 29, 2024
Homeଓଡିଶାରଣକ୍ଷେତ୍ର ପାଲଟିଲା ଗାଁ, ୫ ଆହତ, ୨୦ ଅଟକ

ରଣକ୍ଷେତ୍ର ପାଲଟିଲା ଗାଁ, ୫ ଆହତ, ୨୦ ଅଟକ

ରଙ୍ଗେଇଲୁଣ୍ଡା : ଗୋଳନ୍ଥରା ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ଗୁରୁବାର ରାତିରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବୋମା ମାଡ ସହ ଖଣ୍ଡା କାତିରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ଆକ୍ରମଣ ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ଏ ସମ୍ପର୍କରେ ଥାନାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଓ ୧୭ ନଂ ଜୋନ ବିଜେଡି ଜିଲା ପରିଷଦ ସଭ୍ୟ ସ୍ୱାମୀଙ୍କ ସମେତ ୨୧ ଜଣରୁ ଊର୍ଦ୍ଧ୍ୱ ଲୋକଙ୍କ ନାମରେ ଦୁଇଟି ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ, ଏହି ଥାନା ଅନ୍ତର୍ଗତ ପିତାତଳି ଗ୍ରାମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କେ.ନାରସିଙ୍ଗଲୁ ମୂର୍ତ୍ତି ସହିତ ଚିକିଟି ବ୍ଲକ ଅନ୍ତର୍ଗତ ୧୭ ନଂ ଜୋନ ବିଜେଡି ଜିଲା ପରିଷଦ ସଭ୍ୟଙ୍କ ସ୍ୱାମୀ ଏ.ରଙ୍ଗା ରାଓଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପୂର୍ବ ଶତ୍ରୁତା ସହ ରାଜନୀତି ନେଇ ବାଦବିବାଦ ଲାଗି ରହିଥିଲା । ଗୁରୁବାର ରାତିରେ ଗ୍ରାମରେ କୌଣସି ବିଷୟକୁ ନେଇ ନାରସିଙ୍ଗଲୁ ମୂର୍ତ୍ତି ଓ ରଙ୍ଗା ରାଓ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହେବା ହେବା ସହ ୫ଟି ବୋମା ମାଡ ହେବା ସହ ଖଣ୍ଡା କାତି ବୁଲି କିଛି ସମୟ ପାଇଁ ଗ୍ରାମ  ରଣକ୍ଷେତ୍ର ପାଲଟିଥିଲା । ଏଥିରେ ୫ ଜଣ ଆହତ ହୋଇଥିଲେ । ଗୋଳନ୍ଥରା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ଓ ଅନ୍ୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା । ଏସ.ଦାନାମା ଘରେ ପରିବାର ଲୋକଙ୍କ ସହିତ ବସିଥିବା ସମୟରେ ନାରସିଙ୍ଗଲୁ ମୂର୍ତ୍ତି ସହ ୯ଜଣ ମିଶି ଖଣ୍ଡା କାତି ଧରି ହତ୍ୟା ଧମକ ଦେବା ସହ ଘର ଉପରେ ୫ଟି ବୋମାମାଡ କରିଥିବା ଅଭିଯୋଗ କରିଥିଲେ ।

ସେହିପରି ନାରସିଙ୍ଗଲୁ ମୂର୍ତ୍ତି ଘରେ ଥିବା ବେଳେ ରଙ୍ଗାରାଓ ଓ ୧୦ରୁ ଊର୍ଦ୍ଧ ବ୍ୟକ୍ତି ବିଭିନ୍ନ ମାରଣାସ୍ତ୍ର ଧରି ଘର ପାଖକୁ ଆସି ଆକ୍ରମଣ କରି ଧମକ ଚମକ ଦେବା ସହ ଭଙ୍ଗାରୁଜା କରିଥିବା ନେଇ ନାରସିଙ୍ଗଲୁ ମୂର୍ତ୍ତି ଥାନାରେ ଅଭିଯୋଗ କରିଥିଲେ । ଉଭୟ ମାମଲାରେ ୨୦ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଚାଲୁ ରହିଥିବା ଥାନାଧିକାରୀ ମହନ୍ତ ସୂଚନା ଦେଇଛନ୍ତି । ଶୁକ୍ରବାର ଅପରାହ୍ନରେ ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ଓ ଥାନା ଅଧିକାରୀ ମହନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଗ୍ରାମରେ ଚାପା ଉତ୍ତେଜନା ଲାଗି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking