32.1 C
Bhubaneswar
Sunday, April 28, 2024
Homeଓଡିଶାସ୍ମଶାନରୁ ବୃଦ୍ଧାଙ୍କ ମୃତଦେହକୁ ଉଠେଇନେଲା ପ୍ରଶାସନ

ସ୍ମଶାନରୁ ବୃଦ୍ଧାଙ୍କ ମୃତଦେହକୁ ଉଠେଇନେଲା ପ୍ରଶାସନ

ନୟାଗଡ଼  : ନୟାଗଡ଼ ଜିଲ୍ଲାରେ କୋରୋନା ତାର ଭୟାବହତା ଦେଖାଇ ଚାଲିଥିବା ବେଳେ ଏଥିରେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ି ଚାଲିଛି।  କରୋନା ଭୟରେ ଲୋକେ ମୃତକଙ୍କ ପାଖ ମାଡ଼ୁ ନ ଥିବା ବେଳେ ଗଣିଆ ବ୍ଲକ ଅନ୍ତର୍ଗତ ରାସଙ୍ଗ ଗ୍ରାମପଂଚାୟତ କାଦୁଆ ଗ୍ରାମର ସୁବର୍ଣ୍ଣ ବସ୍ତି,ବୟସ ୭୯ ଙ୍କର କରୋନରେ ମୃତ୍ୟୁ ହୋଇଥିବା ବେଳେ ପ୍ରଶାସନର ଅଜାଣତରେ ତାଙ୍କ ପରିବାର ଲୋକ ସନ୍ଧ୍ୟାରେ ନିଜ ସ୍ମଶାନରେ ଶବଦାହ ପାଇଁ ପ୍ରସ୍ତୁତି କରୁଥିବା ବେଳେ ଗଣିଆର ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ବନମାଳୀ ପରିଡା ବିଶେଷ ସୂତ୍ରରୁ ଖବର ପାଇ ଗଣିଆ ଥାନାର ଏଏସଆଇ ପ୍ରମୋଦ କୁମାର ନନ୍ଦ , କବିରାଜ ବେହେରା ଓ ପୋଲିସ କର୍ମଚାରୀ କାଦୁଆ ସ୍ମଶାନରେ ପହଁଞ୍ଚି ମୃତକଙ୍କୁ ଜବତ କରିବା ସହିତ କୋଭିଡ ଆମ୍ବୁଲାନ୍ସରେ ନୟାଗଡ଼କୁ ସ୍ଥାନାନ୍ତରିତ କରିଛନ୍ତି। ।

ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣଙ୍କ ପରିବାରର ୫ଜଣ କୋରନାରେ ଆକ୍ରାନ୍ତ ହୋଇ ଘରେ ସଂଘରୋଧରେ ରହି ଚିକିତ୍ସିତ ହେଉଥିବା ବେଳେ ସର୍ବମୋଟ କାଦୁଆ ଗ୍ରାମରୁ ୨୧ ଜଣ କୋରନା ରେ ଆକ୍ରାନ୍ତ ହୋଇଥିବାରୁ ଗତ ୧୬ତାରିଖରେ ଗଣିଆ ତହସିଲଦାର ଶ୍ରୀଯୁକ୍ତ କିଶୋର କୁମାର ପଣ୍ଡା କାଦୁଆ ଗ୍ରାମକୁ ନିଷିଦ୍ଧଅଞ୍ଚଳ ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking