40.1 C
Bhubaneswar
Thursday, April 25, 2024
Homeରାଜନୀତି୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଓଡ଼ିଶାକୁ ବିଶ୍ୱସ୍ତରରେ ପରିଚିତ କରାଉଛନ୍ତି । ପୁରୀ ଶ୍ରୀମନ୍ଦିରର ସୌନ୍ଦ୍ୟର୍ଯ୍ୟକରଣ, ଗୁଣ୍ଡିଚା ମନ୍ଦିର ସୌନ୍ଦର୍ଯ୍ୟକରଣ ସହ ଆଜି ପୁଣି ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମେ ପୁରୀରେ ପହଞ୍ଚିବା ପରେ ପ୍ରଥମେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ପରେ ପୁରୀରେ ୭ଟି ପ୍ରକଳ୍ପ ପାଇଁ ଆନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଶ୍ରୀସେତୁ, ଶ୍ରୀଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କମ୍ପ୍ଲେକ୍ସ, ପୁରୁଣା ଜେଲ୍ ଜମିରେ ବହୁତଳ କାର୍ ପାର୍କିଂ, ମ୍ୟୁନିସିପାଲ ମାର୍କେଟ କମ୍ପ୍ଲେକ୍ସ ଏବଂ ଅନ୍ୟାନ୍ୟ ପ୍ରକଳ୍ପ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି । ଦୁଇ ବର୍ଷ ମଧ୍ୟରେ ୫୨୨.୮୨ କୋଟି ଟଙ୍କାର ପ୍ରକଳ୍ପ କାର‌୍ୟ୍ୟ ଶେଷ କରାଯିବା ନେଇ ପ୍ରସ୍ତାବ ରହିଛି।
https://onakhabar.com/2020/01/16/dakota-bimana/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking