33.1 C
Bhubaneswar
Saturday, April 27, 2024
Homeଅପରାଧଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

ଡାହାଣୀ ସନ୍ଦେହରେ ମହିଳାଙ୍କୁ ହତ୍ୟା

ବଣାଇଁ: ଦିନକୁ ଦିନ ହତ୍ୟା ଆତ୍ମହତ୍ୟା ଭଳି ଘଟଣା ବଢିବାରେ ଲାଗିଛି । ଏବେ ବି ଲୋକଙ୍କ ମନରୁ ଗୁଣିଗାରେଡି ସନ୍ଦେହ ଥମିବାର ନାଁ ଧରୁନି । ତେବେ ଏଭଳି ଏକ ଅଭାବନୀୟ ଘଟଣା ବଣାଇଁ ଅଞ୍ଚଳରେ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମରେ ଗତକାଲି ରାତିରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ନୃଶଂସଭାବେ ହତ୍ୟା କରିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ, ଟିକାୟତପାଲି ଥାନା ଅନ୍ତର୍ଗତ ଚିକଟନାଲି ଗ୍ରାମର ବାନ୍ଦନି ଓରାମ ବଣାଇଁ ଥାନା ଅନ୍ତର୍ଗତ ଟିକିରାପୋଷ ଗ୍ରାମର ଦଶରଥ ଓରାମ ଘରକୁ ଗତକାଲି ଦିନ ବେଳେ ସପରିବାର ଆସିଥିଲେ । ସେ ନିଜ ଝିଅ ଜ୍ବାଇଁଙ୍କ ଘରକୁ ଆସିଥିଲେ । ଗତକାଲି ରାତି ସମୟରେ ସମସ୍ତେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ପୁଆଁଉଥିଲେ । ସେହି ସମୟରେ ଜ୍ବାଇଁଙ୍କ ସାନ ଭାଇ ରତିକାନ୍ତ ଓରାମ ସେଠାରେ ପହଞ୍ଚି ବାନ୍ଦନିଙ୍କୁ ଦେଖି ଉତକ୍ଷିପ୍ତ ହୋଇ ନିଜ ଘର ଭିତରକୁ ଯାଇ ଏକ ଟାଙ୍ଗିଆ ଆଣି ତାଙ୍କ ବେକରେ ଚୋଟ ପକାଇଥିଲା । ଏହା ପରେ ପୁଣି ଥରେ ରତିକାନ୍ତ ଟାଙ୍ଗିଆରେ ଆଉ ଏକ ଚୋଟ ପକାଇବାରୁ ପାଖରେ ବସିଥିବା ଜଣେ ଦେଢ ବର୍ଷର ଶିଶୁ ତାନିସ ଓରାମ ଆହତ ହୋଇଥିଲେ । ପରେ ତାର ଅବସ୍ଥା ଗୁରୁତର ହୋଇଥିଲା । ଏହି ହତ୍ୟାକାଣ୍ଡ ପରେ ଘଟଣା ସ୍ଥଳରୁ ରତିକାନ୍ତ ଫେରାର ହୋଇଯାଇଛି । ଘଟଣାସ୍ଥଳରେ ବଣାଇଁ ପୁଲିସ ପହଞ୍ଚି ଶବକୁ ଜବତ କରି ଆଜି ବଣାଇଁ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି । ଆହତ ଶିଶୁକୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking