32.1 C
Bhubaneswar
Sunday, April 28, 2024
Homeଓଡିଶାରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖା ତରଫରୁ ଜାତୀୟ ମହିଳା ଦିବସ ପାଳନ

ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖା ତରଫରୁ ଜାତୀୟ ମହିଳା ଦିବସ ପାଳନ

ଭୁବନେଶ୍ୱର : ମହିଳାମାନେ ଆତ୍ମ ନିର୍ଭରଶୀଳ ହେବା ପାଇଁ ନିଯୁକ୍ତି, ରୋଜଗାର, ଜନପ୍ରତିନିଧି ଓ ପ୍ରଶାସନରେ ସେମାନଙ୍କର ଭାଗୀଦାରୀ ଓ ସହଯୋଗିତା କରିବା ଆବଶ୍ୟକ । ପଂଚାୟତରାଜ, ସ୍ୱୟଂ ସହାୟତା ଶାସନରେ ୫୦% ପ୍ରତିଶତ ଭାଗୀଦାରୀ ମିଳିଲେ ମଧ୍ୟ ଲୋକସଭା, ରାଜ୍ୟସଭା, ମହିଳାମାନେ ସମଗ୍ର ଲୋକ ସଂଖ୍ୟାର ୫୦ ପ୍ରତିଶତ ଭାଗିଦାରୀ ହେତୁ ନିଯୁକ୍ତ ରୋଜଗାର ଓ ଜନପ୍ରତିନିଧି ନିର୍ବାଚନରେ ସେମାନଙ୍କ ପାଇଁ ମଧ୍ୟ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ହେବା ଉଚିତ ବୋଲି ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ମହିଳା ଶାଖାର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆୟୋଜିତ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି ତଥା ସଭାପତି ଡକ୍ଟର ରାମଚନ୍ଦ୍ର ଖୁଂଟିଆ, ପ୍ରାକ୍ତନ ସାଂସଦ କହିଛନ୍ତି । ଉକ୍ତ ଉତ୍ସବରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ସାଧାରଣ ସଂପାଦକ – କିଶୋର ଜେନା ଜଙ୍ଗଲ ଓ ନିର୍ମାଣ ପ୍ରୋଜେକ୍ଟରେ କାମ କରୁଥିବା ମହିଳା ମାନଙ୍କର ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟ ନିରାପତା, ଓ ନ୍ୟୁନତମ ମଜୁରୀ ମିଳିବା ଆବଶ୍ୟକ ବୋଲି ଦାବୀ କରିଥିଲେ । ଉପସଭାପତି – ମଦନ ମୋହନ ଧଳ ସମସ୍ତ ମହିଳା ଶ୍ରମିକମାନଙ୍କୁ ଶ୍ରମିକ ରାଜ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବୀ କରିଥିଲେ ।

ଯୁବ ଆଇ.ଏନ୍‌.ଟି.ୟୁ.ସି ସଭାପତି – ସତ୍ୟବ୍ରତ ନାୟକ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ମହିଳା ଶାଖାର ସଭାନେତ୍ରୀ ଶ୍ରୀମତୀ ପ୍ରଣତୀ ମିଶ୍ରଙ୍କର ପୌରହିତରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ତରଫରୁ ସି.ଆଇ.ଟି.ୟୁର ସଂପାଦୀକା – ପୁଷ୍ପା ଦାସ, ଏ.ଆଇ.ଟି.ୟୁ.ସିର ସଂପାଦୀକା – ଜିନ୍‌ମୟୀ ସାହାଣୀ, ଏଚ.ଏମ.ଏସ୍‌ ସଭାନେତ୍ର- ଲକ୍ଷ୍ମୀପ୍ରିୟା ମହାନ୍ତି, ପ୍ରଧ୍ୟାପିକା – ସକୁନ୍ତଳା ଆଚାର୍ଯ୍ୟ ଆଲୋଚନାରେ ଭାଗ ନେଇଥିଲେ । ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ମହିଳା ଶାଖା ସମ୍ମିଳନୀରେ ଲୋକସଭା ରାଜ୍ୟସଭା ବିଧାନ ସଭାରେ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଯୁକ୍ତି ଓ ପଦୋନ୍ନତିରେ ସ୍ଥାନ ସଂରକ୍ଷଣ ଏବଂ ରାଜ୍ୟରେ ସଂପୂର୍ଣ୍ଣ ନିଶା ନିବାରଣ, ଘରୋଇ ସ୍ତ୍ରୀମାନେ କରୁଥିବା କାର୍ଯ୍ୟର ମୂଲ୍ୟାଙ୍କନ ଏବଂ କୋଭିଡ଼ – ୧୯ ସଂକ୍ରମଣରେ ସଂକ୍ରମିତ ଓ ମୃତ୍ୟୁ ଶ୍ରମିକଙ୍କର ଅସହାୟ ପରିବାରବର୍ଗଙ୍କ ପାଇଁ କ୍ଷତିପୂରଣ ଓ ମୁତୃୁ୍ୟ ଶ୍ରମିକଙ୍କର ସ୍ତ୍ରୀଙ୍କୁ ନିଯୁକ୍ତି ଦେବା ପ୍ରସ୍ତାବ ଗୁଡ଼ିକ ସର୍ବସମ୍ମତିକ୍ରମେ ଗ୍ରହଣ କରାଯାଇଥିଲା ।

ସେଗୁଡ଼ିକ ହେଲା
(୧) ଆମ ଦେଶରେ ମହିଳାମାନଙ୍କର ସମାଜ ଓ ଦେଶ ପାଇଁ ଅଧିକ ସହଯୋଗ ଓ ସାହାଯ୍ୟ ଥିଲେ ମଧ୍ୟ ଲୋକସଭା, ରାଜ୍ୟସଭା, ବିଧାନସଭା ତଥା ପ୍ରଶାସନରେ ମହିଳାମାନଙ୍କର ଉପସ୍ଥିତ ଯଥେଷ୍ଟ କମ୍ ଥିବାରୁ ମହିଳାମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳୁ ନାହିଁ।

(୨) ଆମ ଦେଶରେ ପରିବାରରେ ଚାକିରୀ ବା ରୋଜଗାର କରୁଥିବା ସ୍ତ୍ରୀ ଲୋକମାନେ ରୋଜଗାର ନ କରି ଖର୍ଚ୍ଚ କରୁଥିବାରୁ ପୁରୁଷମାନଙ୍କ ତୁଳନାରେ ସେମାନଙ୍କୁ ସମ୍ମାନ ମିଳେ ନାହିଁ ।

(୩) କେନ୍ଦ୍ର ଓ ରାଜ୍ୟରେ ଘଟୁଥିବା, ନାରୀ ହତ୍ୟା, ପାଶବିକ ଅତ୍ୟାଚାର ଓ ହତ୍ୟା, ଘରୋଇ ହିଂସା, କାର୍ଯ୍ୟକ୍ଷେତ୍ରରେ ନାରୀ
ନିର୍ଯାତନା, ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ଓ ଉକ୍ତ ଦେଶଗୁଡ଼ିକୁ ଫାଷ୍ଟାଟ୍ରାକ୍ କୋର୍ଡ଼ରେ ବିଚାର କରି ତୁରନ୍ତ ୬ ମାସ ମଧ୍ୟରେ
ଦୋଷୀକୁ ଦଣ୍ଡ ଦେବା ଆବଶ୍ୟକ ।

(୪) କୋଭିଡ଼-୧୯ ରେ ପୃଥିବୀରେ ଏବଂ ସାରା ଦେଶରେ ହଜାର ହଜାର ଲୋକ ସଂକ୍ରମଣରେ ମରୁଛନ୍ତି । ପ୍ରବାସୀ ଶ୍ରମିକ ଦିନ ମଜୁରୀଆ ମାନଙ୍କର ଅକାଳ ମୃତ୍ୟୁ ହେଲେ ପରିବାରରେ ନାରୀମାନେ ପିଲାମାନଙ୍କ ସହ ଅନୁସରକ୍ଷିତ ଓ ଅସହାୟ ମନେକରୁଥିଲେ ।

(୫) ଦେଶରେ ଓ ରାଜ୍ୟରେ ନିଶାଗ୍ରସ୍ତ ହୋଇ ହଜାର ହଜାର ଶ୍ରମିକ କର୍ମଚାରୀ ଅକାଳ ମୃତ୍ୟୁର ଶିକାର ହେଉଥିଲେ ପରିବାରରେ ମହିଳାମାନଙ୍କ ଉପରେ ନିର୍ଯ୍ୟାତନା ବଢ଼ୁଛି । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଉପସଭାପତି – ଶ୍ୟାମସୁନ୍ଦର ମହାପାତ୍ର, ସଂଧ୍ୟା ମହାପାତ୍ର, ପ୍ରଶାନ୍ତ ମହାପାତ୍ର, କୋଷାଧ୍ୟକ- ଧରଣୀଧର ସ୍ୱାଇଁ, ଯୁଗ୍ମ ସଂପାଦକ – ଅକ୍ଷୟ କୁମାର ତ୍ରିପାଠୀ, ସିଲି ସେଠୀ, ଘନ କୁମାର ସବର, କର୍ଣ୍ଣରାଜ ପ୍ରଧାନ, ପ୍ରଭାତ ମଟାଳୀ, ଏଲିସ୍ ମିଂଜ, ବାସନ୍ତି ସାମଲ, ମୁକ୍ତାର ଖାଁ, ବିପିନ ବିହାରୀ ଦାସ, ଅଯୋଧ୍ୟା ସାହୁ, ବିମ୍ବାଧର ସାମଲ, ଖଗେଶ୍ୱର ସ୍ୱାଇଁ, ଉଦୟନାଥ ରାଉତ, ମାନସ ରଂଜନ ପାତ୍ର, ରଶ୍ମିରଂଜନ ପରିଡ଼ା, ସ୍କୃତି ପଟ୍ଟନାୟକ, ସୁଶମା ସିଂ, ସାରଧା ମହାନ୍ତି ପ୍ରମୁଖ ମହିଳା ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଆଇନର ବ୍ୟବସ୍ଥା ଓ ମହିଳା ଓ ମହିଳା ସଂଗଠନ ତଥା ଟ୍ରେଡ଼ ୟୁନିଅନ ସଂପର୍କରେ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking