31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଗୋଡ ବଦଳରେ କାଟିଦେଲେ ହାତ

ଗୋଡ ବଦଳରେ କାଟିଦେଲେ ହାତ

ପାଟନା : ପ୍ରତିଦିନ ଡାକ୍ତର ମାନଙ୍କ ଅବହେଳାର ମାମଲା ସାମନାକୁ ଆସୁଛି । ଏପରି ଏକ ଘଟଣା ସାମାନାକୁ ଆସିଛି ବିହାରର ମୁଜାଫରପୁର ଜିଲ୍ଲାରେ । ଏଠାରେ ଗୋଡ ଅପରେସନ କରିବାକୁ ଆସିଥିବା ଜଣେ ମହିଳାଙ୍କର ହାତ କାଟି ଦେଇଛନ୍ତି ଡାକ୍ତର । ଏହାପରେ ହସ୍ପିଟାଲରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି ।

ସୂଚନାଅନୁଯାୟୀ, ଏହି ଘଟଣା ମୁଜାଫରପୁର ଜିଲ୍ଲାର ବ୍ରହ୍ମପୁରା ଥାନା ଅନ୍ତର୍ଗତ ଏକ ପ୍ରାଇଭେଟ ହସ୍ପିପିଟାଲ ରେ ଘଟିଛି । ଏଠାରେ ମହିଳାଙ୍କ ହାତ କାଟିଦେବା ପରେ ତାଙ୍କୁ ପାଟନା ହସ୍ପିଟାଲ ରେଫର କରାଯାଇଛି । ନିଜ ଭୁଲ ସ୍ୱୀକାର କରି ମେଡିକାଲ କର୍ତ୍ତୁପକ୍ଷ ମହିଳାଙ୍କୁ କୁତ୍ରିମ ହାତ ଲଗାଇବା ସହ ସହାୟତା ରାଶି ଦିଆଯିବା ପାଇଁ କହିଛନ୍ତି ।

ନରହସରାୟ ଗ୍ରାମରେ ରହୁଥିବା ଆଶା ରାୟ ନାମକ ମହିଳା ଗତବର୍ଷ ୩ ଫେବୃଆରୀ ୨୦୨୦କୁ ନିଜ ଘରେ ପଡି ଯାଇଥିଲେ । ଯେଉଁଥିରେ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ତେଣୁ ସେ ପ୍ରାଇଭେଟ ହସ୍ପିଟାଲରେ ନିଜର ଅପରେସନ କରାଇବାକୁ ଆସିଥିଲେ । ଯେଉଁଠି ଡାକ୍ତର ତାଙ୍କର ହାତ କାଟିଦେଇଥିଲେ ଓ ଭୂଲ ଇଞ୍ଜେକସନ ଦେଇଥିବାରୁ ହାତ କାଟିବାକୁ ପଡିଲା ବୋଲି ଡାକ୍ତର ସଫେଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking