27.1 C
Bhubaneswar
Tuesday, May 14, 2024
Homeଓଡିଶାବହୁଚର୍ଚ୍ଚିତ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡର ୫ମ ଅଭିଯୁକ୍ତ ଗିରଫ

ବହୁଚର୍ଚ୍ଚିତ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡର ୫ମ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ୨୦୦୮ ର ବହୁଚର୍ଚ୍ଚିତ ସଙ୍ଗୀତକାର ସୁମନ୍ତ ମହାନ୍ତି ହତ୍ୟାକାଣ୍ଡର ୫ମ ଅଭିଯୁକ୍ତ ଗିରଫ ହୋଇଛନ୍ତି । ତାଙ୍କ ନାମ ହେଉଛି ବିକ୍ରମାଦିତ୍ୟଜେନା । ପୋଲିସ କିମଶନର ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି । ପୁର୍ବରୁ ଏହି ହତ୍ୟାକାଣ୍ଡର ୪ ଜଣ ଅପରାଧୀଙ୍କୁ ଗିରଫ କରାଯାଇଥିଲା । ତେବେ ବିକ୍ରମାଦିତ୍ୟଙ୍କୁ ପୁନେରୁ ଗିରଫ କରିଛି ପୋଲିସ ସ୍ପେଶାଲ ସ୍କ୍ୱାଡ ।

୨୦୦୮ରେ ଭୁବନେଶ୍ୱରର ଚକେଇଶିଆଣି ପଳାଶୁଣୀ ରୋର୍ଡରୁ ସୁମନ୍ତ ମହାନ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏକ କାର ଭିତରୁ ମୃତ ଦେହ ଉଦ୍ଧାର କରାଯାଇଥିଲା । ତେବେ ପୁର୍ବ ଶତ୍ରୁତାକୁ ନେଇ ବିକ୍ରମାଦିତ୍ୟ ସୁମନ୍ତଙ୍କୁ ହତ୍ୟା କରିଥିବା ପୋଲିସ ସୂଚନା ଦେଇଛି ।

ତେବେ ସୁମନ୍ତଙ୍କ ଅଭିଯୋଗ କ୍ରମେ ବିକ୍ରମାଦିତ୍ୟଙ୍କୁ କଲେଜ ରୁ ବହିସ୍କାର କରାଯାଇଥିଲା । ଏହି ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢୁଥିବା ବେଳେ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟାଇଥିବା ସ୍ପଷ୍ଟ କରିଛନ୍ତି ସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking