28.1 C
Bhubaneswar
Friday, April 26, 2024
Homeଓଡିଶାଜଳବାୟୁ ପରିବର୍ତ୍ତନ ଯୋଗୁଁ ଲୁପ୍ତ ହେବାରେ ଲାଗିଛନ୍ତି ନାଲି ଟୁକୁ ଟୁକୁ ସାଧବ ବୋହୂ

ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲୁପ୍ତ ହେବାରେ ଲାଗିଛନ୍ତି ନାଲି ଟୁକୁ ଟୁକୁ ସାଧବ ବୋହୂ

ନର୍ଲା : ଦୁର ନିଳ ଆକାଶରେ କଳା ବାଦଳର ଛାୟା l ଝରି ପଡୁଛି ଝିପି ଝିପି ବର୍ଷା l ଚତୁର୍ଦିଗ ସବୁଜ ବନାନୀ ଘେରା l ବର୍ଷାର ଆଗମନ ସହିତ ଅତିଥି ହୋଇ ଧରା ପୃଷ୍ଟ କୁ ଓଲ୍ଲେହି ଆସିଛନ୍ତି ନାଲି ଟୁକୁ ଟୁକୁ ସାଧବ ବୋହୁ l ସତେ ଯେମିତି ଲାଗୁଛି ଧରଣୀ ରାଣୀ ସବୁଜ ସାଢି ପିନ୍ଦି ନାଲି ଓଢଣା ଟାଣୀ ମୁରୁକି ମୁରୁକି ହସୁଛି l ଆଉ ଏ ଦୃଶ୍ଯ ଦେଖି କବିର ଲେଖନି ମୁନରୁ ଆପେ ଆପେ ଝରି ପଡୁଛି ସୁନ୍ଦର ସୁନ୍ଦର କବିତା ମାଳ l ବର୍ଷା ରୁତୁ ଆସିଲେ ଘାସ ଗାଲିଚାରେ ଦେଖାଯାନ୍ତି ପ୍ରକୃତିର ଏ ସୁନ୍ଦର ସୃଷ୍ଟି l ସୃଷ୍ଟିର ଏ ସୁନ୍ଦର ସର୍ଜନା ଦେଖିବା ପାଇଁ ଛୋଟ ଛୁଆଙ୍କଠୁ ନେଇ ବୟସ୍କ ଯାଏଁ ସଭିଙ୍କ ମନରେ ଉତ୍ସାହ ରହିଥାଏ l ପୁର୍ବରୁ ବହୁଳ ଭାବେ ଦେଖା ଯାଉଥିବା ସାଧବ ବୋହୁ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏବେ ବିଳୁପ୍ତ ପ୍ରାୟ l କଳାହାଣ୍ଡି ଜିଲ୍ଲାରେ ମଧ୍ଯ ବିପୁଳ ସଂଖ୍ଯାରେ ଦେଖା ଯାଉଥିବା ବେଳେ ଏବେ କାଁ ଭାଁ ଦେଖିବାକୁ ମିଳୁଛନ୍ତି l ଶ୍ରଷ୍ଠାଙ୍କ ଏଇ ସୁନ୍ଦର ସର୍ଜନାକୁ ବଞ୍ଚାଇ ରଖିବାକୁ ହେଲେ ପ୍ରଥମେ ପରିବେଶକୁ ସୁସ୍ଥ ରଖିବାକୁ ହେବ l ନହେଳେ ଆଗାମୀ ଦିନରେ ଏ ବିରଳ ପ୍ରଜାତିକୁ ଦେଖିବାକୁ ପାଇବେନି ଆମ ଆଗାମୀ ପିଢି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking