34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିଦେଶ ଯାତ୍ରା ଉପରେ କଟକଣା ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

ବିଦେଶ ଯାତ୍ରା ଉପରେ କଟକଣା ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ: ନଗର ବିମାନ ମହାନିର୍ଦ୍ଦେଶାଳୟ(ଡିଜିସିଏ) ଅନ୍ତରାଷ୍ଟ୍ରୀୟ ଯାତ୍ରୀ ଉଡାଣ ଉପରେ ଲାଗିଥିବା ପ୍ରତିବନ୍ଧକକୁ ୩୧ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରିଛି । ଏହାର ଅବଧି ପ୍ରଥମେ ଜୁନରେ ସମାପ୍ତ ହେଉଥିଲା । ଅନ୍ତରାଷ୍ଟ୍ରୀୟ ମାର୍ଗରେ  ଏବେ ସିମୀତ ସଂଖ୍ୟାରେ ଉଡାଣ ଜାରି ରହିଛି । ଡିଜିସିଏ ଏକ ସର୍କୁଲାର ଜାରି କରି କହିଛି ଯେ, ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ୩୧ ଜୁଲାଇ ୨୦୨୧ ଯାଏଁ ବୃଦ୍ଧି କରାଯାଇଛି । ତେବେ, ଏହି ନିର୍ଦ୍ଦେଶ ମାଲ ପରିବହନ କରୁଥିବା ବିଦେଶୀ ବିମାନ ଏବଂ ଡିଜିସିଏ ଦ୍ୱାରା ଅନୁମୋଦିତ ବିମାନ ପାଇଁ ପ୍ରଯୁଜ୍ୟ ହେବ ନାହିଁ।

ଡିଜିସିଏ କହିଛନ୍ତି ଯେ ଦକ୍ଷ କର୍ତ୍ତୃପକ୍ଷଙ୍କ ଅନୁମତି କ୍ରମେ କେତେକ ଚିହ୍ନିତ ଆନ୍ତର୍ଜାତୀୟ ମାର୍ଗରେ ବିମାନ ଚଳାଚଳ ଜାରି ରହିବ। ତେବେ ଏହି ବିମାନ ଉଡ଼ାଣ ସମୟରେ ବିମାନ ଚଳାଚଳ ସହ ଜଡିତ କୋଭିଡ ପ୍ରୋଟୋକଲର ସମ୍ପୂର୍ଣ୍ଣ ଅନୁପାଳନକୁ ନିଶ୍ଚିତ କରିବାକୁ ପଡିବ। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ, ବିମାନବନ୍ଦର ଅପରେଟର୍ସ, ବ୍ୟୁରୋ ଅଫ୍ ଇମିଗ୍ରେସନ ମଧ୍ୟ ଏହି ବିଷୟରେ ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking