38.1 C
Bhubaneswar
Friday, May 3, 2024
Homeଓଡିଶାକରୋନା ପ୍ରତିଷେଧକ ଟୀକା ନେଲେ ନରସିଂହ

କରୋନା ପ୍ରତିଷେଧକ ଟୀକା ନେଲେ ନରସିଂହ

 

ବଲାଙ୍ଗିର,(ଦେବାଶିଷ ମିଶ୍ର)- ରାଜ୍ୟରେ ଗତକାଲି ଠାରୁ ବରିଷ୍ଠ ନାଗରୀକଙ୍କୁ କୋଭିଡ ଟୀକାକରଣ କରାଯାଉଛି । ଏହି କ୍ରମରେ ଆଜି ସକାଳୁ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜରେ କରୋନା ପ୍ରତିଷେଧକ ଟୀକା ଗ୍ରହଣ କରିଛନ୍ତି । ସକାଳୁ ପତ୍ନୀ କୁସୁମଙ୍କ ସହ ମେଡିକାଲ କଲେଜ ପହଞ୍ଚି ଶ୍ରୀ ମିଶ୍ର ଜିଲ୍ଲା ଚିକିତ୍ସା ଅଧିକାରୀ, ଜିଲ୍ଲା କୋଭିଡ ଅଧିକାରୀ, ଷ୍ଟାଫ ନର୍ସଙ୍କ ଉପସ୍ଥିତିରେ କୋଭୀସିଲ୍ଡ ଟୀକା ଗ୍ରହଣ କରିଥିଲେ । ଉଭୟଙ୍କୁ ଟୀକା ଦେବା ପରେ ଅଧ ଘଣ୍ଟା ସମୟ ଡାକ୍ତରି ପର୍ଯ୍ୟବେକ୍ଷଣରେ ରଖା ଯାଇଥିଲ।। ପର୍ଯ୍ୟବେକ୍ଷଣ ସମୟରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ବେଳେ ଜିଲ୍ଲା କୋଭୀଡ ଅଧିକାରୀ ତାଙ୍କୁ ଘରକୁ ଯିବା ସହିତ ୨୧ ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟ ଟୀକା ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ, ଏ ଭିତରେ କୋରୋନା ମହାମାରୀ ଆଉ ଏକ ଲହର ଦେଖିବାକୁ ମିଳିଛି । ଅନେକେ ଏଥିରେ ପିଡିତ ହେଉଛନ୍ତି । ତେବେ ବୈଜ୍ଞାନିକ ପଦ୍ଧତି ଓ ଡାକ୍ତରି ପରାମର୍ଶ ଅନୁସରଣ କରି ଆମେ କରୋନା ଉପଯୁକ୍ତ ମୁକାବିଲା କରି ପାରିବା । ସତର୍କତାର ସହ କୋଭିଡ ନିୟମ ପ୍ରତି ସଚେତନତା ଓ ସାମାଜିକ ଦୁରତା ପାଳନକରି ଆମେ ନିଜକୁ ତଥା ପରିବାର ବର୍ଗ ଓ ସମାଜକୁ ଏହି ମହାମାରୀ କବଳରୁ ସୁରକ୍ଷା ଦେଇ ପାରିବା ବୋଲି ଶ୍ରୀ ମିଶ୍ର ଉପସ୍ଥିତ ଗଣମାଧୟମଙ୍କୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସେହିପରି, ଶ୍ରୀ ମିଶ୍ର ସପତ୍ନିକ ଟୀକା ଗ୍ରହଣ କରିବା ଫଳରେ ଅଂଚଳରେ ଟୀକା ପ୍ରତି ଜନସାଧାରଣଙ୍କ ବିଶ୍ୱାସ ସୁଦୃଢ ହେବା ସହ ଲୋକେ ଟୀକା ଗ୍ରହଣ କରିବା ପାଇଁ ବେଶ ଉତ୍ସାହିତ ହେବେ ବୋଲି ଜିଲ୍ଲା କୋଭିଡ ଅଧିକାରୀ ଗିରିଜା ଶଙ୍କର ଉଦଗାତା କହିଛନ୍ତିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking