28.1 C
Bhubaneswar
Saturday, April 20, 2024
Homeବ୍ରେକୀଙ୍ଗକିଏ କେବେ ଥିଲେ ମୁଖ୍ୟମନ୍ତ୍ରୀ ?

କିଏ କେବେ ଥିଲେ ମୁଖ୍ୟମନ୍ତ୍ରୀ ?

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ରାଜ୍ୟ ଭାରତରେ ପୁର୍ବ ଭାଗରେ ଅବସ୍ଥିତ । ସ୍ୱାଧିନତା ପରେ ପଶ୍ଚିମବଙ୍ଗର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ ପ୍ରଫୁଲ୍ଲ ଚନ୍ଦ୍ର ଘୋଷ ଯାହାଙ୍କ କାର୍ଯ୍ୟକାଳ ୧୫ ଜୁଲାଇ ୧୯୪୭ରୁ ୨୨ ଜାନୂଆରୀ ୧୯୪୮ ପର୍ଯ୍ୟନ୍ତ ରହିଥିଲା ଓ ସେ କଂଗ୍ରେସ ଦଳର ଥିଲେ । ଏହାପରେ ବିଧାନ ଚନ୍ଦ୍ର ରାୟ ହୋଇଥିଲେ ୨ୟ ପ୍ରଧାନମନ୍ତ୍ରୀ ଯାହାଙ୍କ କାର୍ଯ୍ୟକାଳ ୨୩ ଜାନୂଆରୀ ୧୯୪୮ରୁ ୨୫ ଜାନୂଆରୀ ୧୦ ପର୍ଯ୍ୟନ୍ତ ରହିଥିଲା ଓ ସେ ମଧ୍ୟ କଂଗ୍ରେସ ଦଳରେ ଥିଲେ । ଏମାନଙ୍କୁ ସ୍ୱତନ୍ତ୍ର ବେଙ୍ଗଲରେ ପ୍ରଧାନମନ୍ତ୍ରୀ କୁହାଯାଉଥିଲା ।

ଏହାପରେ ୧୯୫୨ରେ ପଶ୍ଚିବବଙ୍ଗରେ ସାଧାରଣ ନିର୍ବାଚନ ପରେ ପୁରାତନ ଅଧିନିୟମର ପ୍ରଭାବ ସମାପ୍ତ ହୋଇଯାଇଥିଲା ଓ ଭାରାତର ସମ୍ବିଧାନ ଦ୍ୱାରା ପଶ୍ଚିମବଙ୍ଗ ବିଧାନସଭାର ଗଠନ କରାଯାଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ଶବ୍ଦକୁ ବଦଳାଇ ମୁଖ୍ୟମନ୍ତ୍ରୀ କରାଯାଇଥିଲା । ସେହି ସମୟରେ ଅଧିକାରୀକ ରୁପରେ ବିଧାନ ଚନ୍ଦ୍ର ରାୟ ପଶ୍ଚିମବଙ୍ଗର ପ୍ରଥମ ମୁଖ୍ୟମନ୍ତ୍ରୀ ହୋଇଥିଲେ ଓ ସେ ୧୯୬୨ ଯାଏଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିଲେ ।
ଏହାପରେ ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଥିଲେ ପ୍ରଫୁଲ ଚନ୍ଦ୍ର ସେନ ଓ ସେ ମ ଧ୍ୟ କଂଗ୍ରେସ ଦଳର ଥିଲେ । ଏହାପରେ ତୃତୀୟ ମୁଖ୍ୟମନ୍ତ୍ରୀ ଥିଲେ ଅଜୟ କୁମାର ମୁଖାର୍ଜୀ ଓ ସେ ବାଙ୍ଗଲା କଂଗ୍ରେସ ଦଳର ଥିଲେ । ଏହାପରେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗିଥିଲା ଓ ପରବର୍ତ୍ତୀ ସମୟରେ ହୋଇଥିବା ନିର୍ବାଚନରେ ଅଜୟ କୁମାର ମୁଖାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହି ରୁପରେ ଅଜୟ କୁମାର ମୁଖାର୍ଜୀ ୩ୟ ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାପରେ ୪ର୍ଥ ଥର ପାଇଁ ନୂଆ ମୁଖ୍ୟମନ୍ତ୍ରୀ ହେଲେ ସିଦ୍ଧାର୍ଥ ଶଙ୍କର ରାୟ ଓ ସେ ମଧ୍ୟ କଂଗ୍ରେସ ଦଳର ଥିଲେ । ଏହାପରେ ପଶ୍ଚିମବଙ୍ଗରେ ପୁଣି ଥରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା । ରାଷ୍ଟ୍ରପତି ଶାସନ ଉଠିବା ପରେ ଜ୍ୟୋତି ବାସୁ ହୋଇଥିଲେ ପଶ୍ଚିମବଙ୍ଗର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଓ ସେ କମ୍ୟୁନିଷ୍ଟ ଦଳର ନେତାଥିଲେ ଯିଏକି ୨୩ କାଳ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ରହିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବୁଦ୍ଧାଦେବ ଭଟ୍ଟାଚାର୍ଯ୍ୟ ଯିଏକି ୧୦ ବର୍ଷ ମୁଖ୍ୟମନ୍ତ୍ରୀ । ସେ ମଧ୍ୟ କମ୍ୟୁନିଷ୍ଟ ଦଳର ଥିଲେ ।

ଏହାପରେ ପଶ୍ଚିମବଙ୍ଗର ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତଥା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ ମମତା ବାନାର୍ଜୀ । ସେ ୨୦- ମେ ୨୦୧୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାଳରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking