32.1 C
Bhubaneswar
Sunday, April 28, 2024
Homeକୃଷିଚନ୍ଦା ହାଣ୍ଡି ମଣ୍ଡି ରେ ଅବ୍ୟବସ୍ଥା ନେଇ ଚନ୍ଦା ହାଣ୍ଡି- ଉମରକୋଟ ମୁଖ୍ୟରାସ୍ତା ଅବରୋଧ

ଚନ୍ଦା ହାଣ୍ଡି ମଣ୍ଡି ରେ ଅବ୍ୟବସ୍ଥା ନେଇ ଚନ୍ଦା ହାଣ୍ଡି- ଉମରକୋଟ ମୁଖ୍ୟରାସ୍ତା ଅବରୋଧ

 ଚନ୍ଦାହାଣ୍ଡି:ନବରଙ୍ଗପୁର ଜିଲ୍ଲା ଚନ୍ଦା ହାଣ୍ଡି ବ୍ଲକ୍ ର ଚାରିଗୋଟି ମଣ୍ଡି ରେ ଦେଖାଦେଇଥିବା ଅବ୍ୟବସ୍ଥା ନେଇ ଆଜି ଚନ୍ଦାହାଣ୍ଡି ଉମରକୋଟ ମୁଖ୍ୟ ରାସ୍ତା ଅବରୋଧ କରାଯାଇଛି। ଆର୍ ଏମ୍ ସି ନିର୍ଦ୍ଦେଶକ ତଥା କଂଗ୍ରେସ ନେତା କ୍ଷେମାରାଜ ବାଘ ଙ୍କ ନେତୃତ୍ୱ ରେ ଆଜି ଶତାଧିକ ଚାଷୀ ରାସ୍ତା ରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରାଯାଇଛି।ଏଥିରେ ସୂଚନାଯୋଗ୍ୟ ଯେ ଆଜକୁ ପ୍ରାୟ ଏକ ମାସ ହେବ ଚାଷୀ ର ଧାନ ବିଭିନ୍ନ ମଣ୍ଡି ରେ ପଡ଼ିରହିଛି ସମସ୍ତ ମଣ୍ଡି ରେ ପ୍ରିୟା ପ୍ରୀତି ତୋଷଣ ମନୋଭାବ ରଖି ବାଛି ବାଛି ଚାଷୀ ମାନଙ୍କ ଧାନ ମଣ୍ଡି ରୁ ଧାନ ଉଠା ଯାଉଛି।ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଥରେ ଏଫ୍ ଏ କିୟୁ. ମାନ ପରୀକ୍ଷା କରି ଧାନ ମଣ୍ଡିରେ ଦେବା ପରେ ମଧ୍ୟ ପୁଣି ମିଲର ମାନ ଙ୍କ ଇଚ୍ଛା ରେ ବାଛି ବାଛି ଧାନ ଉଠା ଯାଉଛି।ମଣ୍ଡି ରେ ଦେଖା ଦେଇଥିବା ଅବ୍ୟବସ୍ଥା ର ସମାଧାନ ନହେବା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହଟିବ ନାହିଁ ବୋଲି ଆନ୍ଦୋଳନ କାରି ମାନେ ପ୍ରକାଶ କରିଛନ୍ତି।ଏହି ରାସ୍ତା ଅବରୋଧ ରେ ଦିଲିପ୍ ଦାସ୍, ମୋତିଲାଲ୍ ହଂସ,ଡମ୍ବରୁ ହରିନା, ହୁମେଶ୍ୱର ହଂସ,ରସିକ ନାଗ,ପିତାମ୍ବର ନାୟକ,ଜୟଦେବ ନିଆଲ,ସଦାନନ୍ଦ କାଣ୍ଡ,ଭୁବନ ସୁନା,ପିତାମ୍ବର ଝଙ୍କାର,ଧନସିଂ ଝଙ୍କାର, ଅମରୁ ନାୟକ,ପ୍ରମୁଖ ଙ୍କ ସହ ଶତାଧିକ ଚାଷୀ ସାମିଲ ହୋଇଛନ୍ତି।ଘଟଣା ସ୍ଥଳରେ ପୁଲିସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking