28.1 C
Bhubaneswar
Friday, March 29, 2024
Homeସ୍ୱାସ୍ଥ୍ୟମୟୂରଭଞ୍ଜରେ କରୋନା ଟୀକାକରଣ

ମୟୂରଭଞ୍ଜରେ କରୋନା ଟୀକାକରଣ

 ମୟୂରଭଞ୍ଜ (ଘାସିରାମ ବେହେରା) ଦୀର୍ଘ ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି । ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିବା ସହିତ ମହାମାରୀର ରୂପନେଇ କାୟବିସ୍ତାର କରିଥିବା କରୋନା ଭାଇରସର ମୁକାବିଲା ପାଇଁ ଆରମ୍ଭ ହୋଇଛି ଟୀକାକରଣ। ଦୀର୍ଘ ୧୦ ମାସ ପ୍ରତୀକ୍ଷା ପରେ କୋଭିଡ ଟୀକା ଲୋକଙ୍କ ମଧ୍ୟରେ ନୂତନ ଆଶା ସୃଷ୍ଟି କରିଥିବା ବେଳେ ଏବେ ଏହି ପ୍ରତୀକ୍ଷିତ ଟୀକା ସାରା ରାଜ୍ୟ ସମେତ ମୟୂରଭଞ୍ଜ ପାଇଁ ଅତି ଖୁସି ଖବର ଆଣିଦେଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲର ଟିକାକରଣ କେନ୍ଦ୍ରରେ କେବଳ ସ୍ୱାସ୍ଥ୍ୟକର୍ମୀ, ଆଗଧାଡ଼ିର ସେବକ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ର ସହ ଜଡ଼ିତ ଅନ୍ୟାନ୍ୟ କର୍ମୀମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ତେବେ ସର୍ବମୋଟ ୧୧,୯୦୦ କୋରନା ଟିକା ମୁଖ୍ୟଚିକିତ୍ସାଳୟକୁ ଗତ ବୁଧବାରଦିନ ଆସିଛି। ଆଜି ମୁଖ୍ୟଚିକିତ୍ସାଳୟ ସମେତ ଦେବେନ୍ଦ୍ରପୁର, ରଙ୍ଗାମାଟିଆ, କପ୍ତିପଦା, ଉଦଳା, ଠାକୁରମୁଣ୍ଡା, କରଞ୍ଜିଆ, ଯଶିପୁର, ରାଇରଙ୍ଗପୁର ଓ ବିଜାତୋଳା ଆଦି ୧୦ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ଦିଆଯିବାର ବ୍ୟବସ୍ଥା ହୋଇଛି ତା ସହିତ ପ୍ରତି ଟୀକାକରଣ କେନ୍ଦ୍ର ଗୁଡିକରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଥିବା ଜଣାପଡିଛି। ପ୍ରତିଦିନ ଟୀକାକରଣ କେନ୍ଦ୍ରରେ ୧୦୦ ଜଣ କରି ଏକ ହଜାରଜଣଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ସରକାରୀ ହସ୍ଟପିାଲ ଠାରୁ ଆରମ୍ଭ କରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର , ଗ୍ରାମାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦିଆଯିବ। ଏଥିରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ନର୍ସ, ଲ୍ୟାବ୍ ଟେକ୍ନିସିଆନ, ସମନ୍ବିତ ଶିଶୁବିକାଶ ପ୍ରକଳ୍ପରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ପୋଲିସ କର୍ମଚାରୀ, ହୋମଗାର୍ଡ, ଅର୍ଦ୍ଧ ସାମରିକ ବାହିନୀ, ଜେଲ କର୍ମଚାରୀ ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗର କର୍ମଚାରୀଙ୍କୁ ମଧ୍ୟ ଟୀକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ଟିକାକରଣ ପାଇଁ ପ୍ରତି କେନ୍ଦ୍ରରେ ଏକ ୫ଜଣିଆ ବିଶେଷଜ୍ଞ ଟିମ୍ ଗଠନ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ରୂପଭାନୁ ମିଶ୍ର ସୂଚନା ଦେଇଛନ୍ତି ।

ତେବେ PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲର ସାଇକାଟିକା ଡିପାର୍ଟମେଣ୍ଟର ଡାକ୍ତର ମାନସ ରଞ୍ଜନ ଦାଶ ସ୍ୱତଃପ୍ରବୃତ୍ତ ଭାବେ ପ୍ରଥମେ ଟୀକା ନେଇଥିଲେ। ମାତ୍ର ଟୀକାକରଣ ପରେ ତାଙ୍କ ଶରୀରରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ସୃଷ୍ଟି ହୋଇନଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking