24.1 C
Bhubaneswar
Monday, May 13, 2024
Homeବ୍ରେକୀଙ୍ଗଦିଲ୍ଲୀ ପ୍ରାଣୀ ଉଦ୍ୟାନରେ ସାମ୍ନାକୁ ଆସିଲା ପ୍ରଥମ ବାର୍ଡ ଫ୍ଲୁ ମାମଲା

ଦିଲ୍ଲୀ ପ୍ରାଣୀ ଉଦ୍ୟାନରେ ସାମ୍ନାକୁ ଆସିଲା ପ୍ରଥମ ବାର୍ଡ ଫ୍ଲୁ ମାମଲା

ନୂଆଦିଲ୍ଲୀ : ଦିଲ୍ଲୀର ପ୍ରାଣୀ ଉଦ୍ୟାନରେ ବାର୍ଡ ଫ୍ଲୁ ର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଏହି କାରଣରୁ ଦିଲ୍ଲୀ ସମେତ ଦେଶର ୧୦ ଟି ରାଜ୍ୟରେ ବାର୍ଡ ଫ୍ଲୁ ନିଶ୍ଚିତ ହୋଇଛି । ଦିଲ୍ଲୀର ପ୍ରାଣୀ ଉଦ୍ୟାନ, ସଞ୍ଜୟ ହ୍ରଦ ସମେତ ସମସ୍ତ ଜଳଭଣ୍ଡାରରେ ଲୋକଙ୍କ ଯାତାୟାତ ବନ୍ଦ ହୋଇଯାଇଥିଲା। ବର୍ତ୍ତମାନ ବାର୍ଡ ଫ୍ଲୁ ନିଶ୍ଚିତ ହେବା ପରେ କଠୋରତା ଆହୁରି ବୃଦ୍ଧି କରାଯିବ  । ଦିଲ୍ଲୀ ଚିଡିଆଖାନାରେ ଏକ ପେଚାର ମୃତ୍ୟୁ ପରେ ତାର ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଯାହା ପଜିଟିଭ ଆସିଛି । ଚିଡିଆଖାନା ପ୍ରଶାସନ ଦେଇଥିବା ସୂଚନା ମୁତାବକ ଏଚ୫ଏନ୮ ଏଭିୟନ ଇନଫ୍ଲୁଏଞ୍ଜା ନେଇ ସ୍ପଷ୍ଟ ହୋଇଛି । ସେଠାରେ ପ୍ରୋଟୋକୋଲ ଅନୁସାରେ ସାନିଟାଇଜେସନ କାମ କରାଯାଉଛି । ଅଧିକାରପ୍ପୂର୍ବରୁ କହିଥିଲେ ଯେ, ମୟୁର ବିହାର ଫେଜ -୩, ସଂଜୟ ହ୍ରଦ ଓ ଦ୍ୱାରକା ସେକ୍ଟର-୯ରୁ ନିଆଯାଇଥିବା ୧୦ ନମୁନାରେ ବାର୍ଡ ଫ୍ଲୁ ନେଇ ସ୍ପଷ୍ଟ ହୋଇଛି । ସଂଜୟ ହ୍ରଦରେ ବତକମାନଙ୍କୁ ମରାଯାଇଛି । ସେଠାରେ ଅନେକ ବତକମାନେ ମୃତ୍ୟୁବରଣ କରିଥିଲେ । ଜାନୁଆରୀ ୯ ତାରିଖରେ ବାର୍ଡ ଫ୍ଲୁ ସମ୍ଭାବନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଗାଜିପୁର କୁକୁଡା ଫାର୍ମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ସେଠାରୁ ପଠାଯାଇଥିବା ୧୦୦ ନମୁନା ନେଗେଟିଭ ଆସିଛି । ସେଥିପାଇଁ ଏବେ ବଜାର ଖୋଲିବାରୁ ନିର୍ଦ୍ଦେଶ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking