28.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦୁନିଆର ରହସ୍ୟମୟ ସ୍ଥାନ

ଦୁନିଆର ରହସ୍ୟମୟ ସ୍ଥାନ

ଭୁବନେଶ୍ୱର: ଦୁନିଆରେ ଏମିତି ଅନେକ ଜାଗା ଅଛି, ଯାହା ରହସ୍ୟରେ ଭରପୂର । ଅନେକ ଥର ଏହି ରହସ୍ୟ ଉପରେ ବିଶ୍ୱାସ କରିବା ବି ମୁସ୍କିଲ ହୋଇପଡେ । ତେବେ ସେହି ସବୁ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପ୍ରୟାସ ଏବେ ବି ଜାରି ରହିଛି । ହେଲେ ଏବେ ବି କୌଣସି ସୁଫଳ ମିଳିନାହିଁ । ସେହି ସବୁ ଜାଗାକୁ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି ଏବଂ ନିଷ୍କର୍ସ ପର୍ଯ୍ୟନ୍ତ ପହଂଚିବା ପାଇଁ ଚେଷ୍ଟା କରୁଛନ୍ତି । ଆପଣ ବି ସେହି ସବୁ ଜାଗାମାନଙ୍କ ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇ ରହିଯିବେ ।

ସାଧାରଣ ଭାବରେ କୁହାଯାଏ, ଦନାକିଲ ମରୁଭୂମିର ଗରମ ପୃଥିବୀକୁ ନର୍କର ଅନୁଭବ ଦେଇଥାଏ । ଦୁନିଆରେ ଯେଉଁଠି କିଛି ମାସ ଅନ୍ତରରେ ପାଗ ପରିବର୍ତନ ହୁଏ, କେବେ ଥଣ୍ଡା ତ କେବେ ଗରମ, ହେଲେ ସେହି ଜାଗାରେ ବର୍ଷଟା ସାରା ତାପମାତ୍ରା ୪୮ ଡିଗ୍ରୀ ସେଲସିୟସ ପାଖାପାଖି ରହିଥାଏ । କେବେ କେବେ ପାରା ୧୪୫ ଡିଗ୍ରୀ ସେଲସିୟସ ବି ହୋଇଯାଏ । ନିଆଁ ବାହାରିବା କାରଣରୁ ଏହି ଜାଗାକୁ କ୍ରୁଅଲେଷ୍ଟ ପ୍ଲେସ ଅନ ଆର୍ଥ ବି କୁହାଯାଏ । ଯେଉଁଥିପାଇଁ ସେଠାକର ପୋଖରୀ ପାଣି ସବୁବେଳେ ଫୁଟୁଥାଏ । ନ୍ୟାସନାଲ ଜିଓଗ୍ରାଫି ଏହାକୁ ପୃଥିବୀର ସବୁଠୁ କ୍ରୁର ଜାଗା କହିଛି ।
ଡେଥ ବ୍ୟାଲି
ଏହି ସ୍ଥାନରେ ସବୁଠୁ ବଡ ସମସ୍ୟା ହେଲା ଯେ, ଏଠିକାର ତାପମାତ୍ରା ସବୁବେଲେ ୧୩୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଥାଏ । ସେଠାରେ ହେଉଥିବା ଗରମରେ କାହାର ପ୍ରାଣ ମଧ୍ୟ ଯାଇପାରେ । ୧୯୧୩ ମସିହାରେ ସେଠାରେ ୧୩୪.୦୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା । ସେଠାରେ ଦୂର ଦୂରାନ୍ତର ପର୍ଯ୍ୟନ୍ତ କେଉଁଠି ବି ପାଣି ନାହିଁ । ଆଉ ଯଦି କେଉଁଠି ମିଳି ବି ଗଲା, ତେବେ ତାହା ଖାରିଆ । ଏହାକୁ ଦୁନିଆର ସବୁଠୁ ଗରମ ସ୍ଥାନ ବୋଲି କୁହାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking