ଆରୋଗ୍ୟ ସେତୁ ଆପରେ ଦେଖନ୍ତୁ ଭ୍ୟାକ୍ସିନେସନ ଷ୍ଟାଟସ

ନୂଆଦିଲ୍ଲୀ: ଆରୋଗ୍ୟ ସେତୁ ଆପ ଏବେ ଆପଣଙ୍କୁ କରୋନା ଭ୍ୟାକ୍ସିନ ସେଣ୍ଟରର ତଥ୍ୟ ପ୍ରଦାନ କରିବ । ଆରୋଗ୍ୟ ସେତୁ ଆପ ଏହାର ତଥ୍ୟ ଟ୍ୱିଟ କରି ଦେଇଛି । ଯାହା ଅନୁସାରେ, ଯଦି ଆପଣ ଭ୍ୟାକ୍ସିନର ପ୍ରଥମ ଡୋଜ ନେଉଛନ୍ତି, ତେବେ ଆପଣଙ୍କୁ ବ୍ଲୁ ଟିକ ସୋ କରିବ ।  ସେହିଭଳି ଭ୍ୟାକ୍ସିନର ଦୁଇଟି ଯାକ ଡୋଜ ନେବା ପରେ ଦୁଇଟି ବ୍ଲୁ ଟିକ ସୋ କରିବ ।  ଟ୍ୱିଟ କରି କୁହାଯାଇଛି ଯେ, ଏବେ ଆପମଙ୍କୁ ଭ୍ୟାକ୍ସିନେସନ ଷ୍ଟାଟସ ଆରୋଗ୍ୟ ସେତୁ ଆପ ଜରିଆରେ ବି ଅପଡେଟ କରାଯାଇପାରିବ । ସେଥିପାଇଁ ନିଜେ ଭ୍ୟାକ୍ସିନ ନିଅନ୍ତୁ ଏବଂ ବ୍ଲୁ ଚିକ ସହିତ ବ୍ଲୁ ସିଲ୍ଡ ପାଆନ୍ତୁ । ଆରୋଗ୍ୟ ସେଟୁ ଆପକୁ ଭାରତ ସରକାର ଗତ ବର୍ଷ ଏପ୍ରିଲ ମାସରେ ଲଂଚ କରିଥିଲେ । ଏହାର ଉପଯୋଗ କୋଭିଡ ୧୯ ଭ୍ୟାକ୍ସିନର ପଂଜିକରଣ ଓ ବୁକିଂ ସ୍ଲଟ ପାଇଁ ବି କରାଯାଏ ।

LEAVE A REPLY

Please enter your comment!
Please enter your name here