36.1 C
Bhubaneswar
Thursday, May 2, 2024
Homeଓଡିଶାବାଇକରେ ଆସି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ବାଇକରେ ଆସି ଯୁବକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ସମ୍ବଲପୁର: ସମ୍ବଲପୁର ଧନୁପାଲି ଅଞ୍ଚଳରେ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ସୂଚନା ମିଳିଛି। ବାଇକରେ ଆସି ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଗଲେ ଦୁର୍ବୃତ୍ତ। ଏଥିରେ ଜଣେ ଯୁବକଙ୍କ ପ୍ରାଣ ଯାଇଥିବା ନେଇ ସୂଚନା ମିଳିଛି। ଏହାସହ ଅନ୍ୟ ଜଣେ ଗୁରୁତର ହୋଇ ପଡିଛନ୍ତି। ମୃତକ ଜଣକ ହେଉଛନ୍ତି ଗଣେଶ ଓରାମ ବୋଲି ଜଣାପଡିଛି। ପୋଲିସ ଖବର ପାଇ ଗୁରୁତର ଥିବା ଲବ ଓରାମଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଧନୁପାଲି ଅଂଚଳର ସୋନାପାଲି ଓରାମପଡ଼ାରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ। ଖବର ପାଇ ଧନୁପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking