33.1 C
Bhubaneswar
Friday, April 26, 2024
Homeଅପରାଧବଡ଼ ଭାଇକୁ ହାଣି ହତ୍ୟା !

ବଡ଼ ଭାଇକୁ ହାଣି ହତ୍ୟା !

ନୂଆପଡ଼ା : ବଡ଼ ଭାଇକୁ ହାଣି ହତ୍ୟା ! ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା କୋମନା ବ୍ଲକରେ । ବଡ଼ ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସାନଭାଇ ।
ସୂଚନା ଅନୁଯାୟୀ, ଘରୋଇ କଳିକୁ ନେଇ ବଡ଼ଭାଇ ଓ ସାନଭାଇ ମଧ୍ୟରେ ସବୁବେଳେ ପାଟିତୁଣ୍ଡ ହଉଥିଲା । ହେଲେ ଏହି ଝଗଡ଼ା ଏତେ ଉଗ୍ରରୂପ ନେଲା ଯେ, ସାନଭାଇ ଏକ ଟାଙ୍ଗିଆ ଆଣି ବଡ଼ଭାଇକୁ ହାଣି ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ । ହେଲେ ସେଠାରେ ଡାକ୍ତର ବଡ଼ଭାଇକୁ ମୃତ ବୋଲି ଘୋଷଣା କରିଥିଲେ । ଏ ନେଇ ବାପା ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ସାନଭାଇକୁ ଥାନାକୁ ଆଣି ପଚରା ଉଚରା ଜାରି ରଖିଛି ବୋଲି ସୂଚନା ମିଳିଛି ।
https://onakhabar.com/2020/02/15/young-girl-suicide/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking