36.7 C
Bhubaneswar
Tuesday, April 16, 2024
Homeଓଡିଶାଶିଶୁପାଳ ହୋଇ ଫେରିଗଲା ବର

ଶିଶୁପାଳ ହୋଇ ଫେରିଗଲା ବର

ଖୋର୍ଦ୍ଧା : କନ୍ୟା ନାବଳିକା ଥିବାରୁ ଶିଶୁପାଳ ହୋଇ ଫେରିଗଲା ବର । ଜଣେ ୧୪ବର୍ଷିୟା ମଙ୍ଗୁଳା କନ୍ୟା ଏବଂ୨୮ବର୍ଷିୟ ମଙ୍ଗୁଳା ପୁଅ ବରକନ୍ୟା ବେଶରେ ହିନ୍ଦୁ ରୀତିନୀତି ମୁତାବକ ବିହାହ କରିବାକୁ ଯାଉଥିବାବେଳେ, ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ଏହା ସ୍ଥଗିତ ରହିଛି । ଫଳରେ ଶିଶୁପାଳ ହୋଇ ବର ଫେରି ଯାଇଥିବାବେଳେ ଜିଲ୍ଲା ପ୍ରଶାସନ ଝିଅକୁ ତା’ର ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଖୋର୍ଦ୍ଧା ଉପଖଣ୍ଡ ଟାଙ୍ଗୀ ଥାନା ଅଂଚଳରେ ଥିବା ଚଣ୍ଡେଶ୍ୱର ମନ୍ଦିରରେ ଶୁକ୍ରବାର ଏହି ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ରଘୁନାଥପୁରର ରବୀନ୍ଦ୍ର ବେହେରାଙ୍କ ପୁଅ ବିଦ୍ୟା ବେହେରାଙ୍କର ସୋରଣ ଅଂଚଳର ୧୪ବର୍ଷିୟା ଝିଅ ସହିତ ବିବାହ କାର୍ଯ୍ୟ ମନ୍ଦିରରେ ଅନୁଷ୍ଠିତ ହେଉଥିଲା । ଖବର ପାଇ ଟାଙ୍ଗୀ ପୁଲିସ ସହାୟତାରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣିଶ୍ରୀ ପଟ୍ଟନାୟକ, ଚିଲିକା ସିଡିପିଓ ବିଦ୍ୟୁପ୍ରଭା ରଥ ସେଠାରେ ପହଂଚି ଏହି ବିଭାଘର ଆଇନସମ୍ମତ ନୁହେଁ ବୋଲି ପରାମର୍ଶ ଦେଇ ଏଥିରୁ ନିବୃତ ରହିବାକୁ ଉଭୟ ପରିବାରଙ୍କୁ ବୁଝାସୁଝା କରିଥିଲେ । ପରେ ଏହି ବାହାଘର ବନ୍ଦ ହୋଇଥିଲା । ଝିଅର ବିବାହ ବୟସ ହେବା ପରେ ଉଭୟ ପରିବାର ପୁଅଝିଅଙ୍କ ବାହାଘର କରିପାରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଝିଅକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking