32.1 C
Bhubaneswar
Friday, April 26, 2024
Homeଅପରାଧଝିଅକୁ ବାହା ଦେବା ପୂର୍ବରୁ ଏମିତି କଲା ବାପା...

ଝିଅକୁ ବାହା ଦେବା ପୂର୍ବରୁ ଏମିତି କଲା ବାପା…

କେରଳ: ଜନ୍ମକଲା ଝିଅ ଅନ୍ୟ ଜାତିର ବିବାହ କରିବାକୁ ଯାଉଥିବାରୁ ଏଥିରେ ବାପା ରାଜି ହୋଇ ନ ଥିଲେ । ହେଲେ ଝିଅ ବିବାହ କରିବାକୁ ଜିଦ ଧରି ବସିଲା । ବିବାହର ସବୁ କାର୍ଯ୍ୟ ପ୍ରସ୍ତୁତିହେଲା । ବିବାହ ପାଇଁ ବରବି ଆସିଲା । କିନ୍ତୁ ବାପା ଏହି ଘଟଣାକୁ ସହଜରେ ଗ୍ରହଣ କରିପାରିଲେ ନାହିଁ । ଝିଅ ଅନ୍ୟ ଜାତିରେ ବାହା ହୋଇଯିବ ଏକଥାକୁ ଭାବିଭାବି ମୁଣ୍ଡ କାମ କଲାନି । ଶେଷରେ ଏଭଳି ନୃଶଂସ କାର୍ଯ୍ୟ କରିବ ବୋଲି କେହି କେବେ ଭାବି ନ ଥିଲେ । ବିବାହ ବେଦୀକୁ ଯିବା ବଦଳରେ ଝିଅ ଗଲା ଶ୍ମଶାନ । ବାପା ନିଜେ ଏକ ଧାରୁ ଅସ୍ତ୍ର ଆଣି ଝିଅକୁ ଭୁଷି ଦେଲା । ଝିଅ ମରିବା ପର୍ଯ୍ୟନ୍ତ ବାପା ଭୁଷି ଚାଲିଥିବା କୁହାଯାଉଛି ।ଏ ଘଟଣା ବିଶ୍ୱାସ ନ ହେଲେ ବି ସତ ।  ଏପରି ଘଟଣା ଘଟିଛି କେରଳର ଥିରୁବନ୍ତପୁରମ ଜିଲ୍ଲାରେ । ମିଳିଥିବା ଖବର ଅନୁସାରେ  ଅନ୍ୟ ଜାତିର ଏକ ପୁଅ ସହିତ  ୨୦ ବର୍ଷୀୟା ଅଥିରା ବାହା ହେବାକୁ ଜିଦ ଧରିଥିଲେ । ହେଲେ ଅଥିରାଙ୍କ ବାପା ରାଜନ ଏଥିରେ ରାଜି ହେଉ ନଥିଲେ । ଏହା ସତ୍ୱେ ବିବିବାହ ପାଇଁ ସବୁ ବ୍ୟବସ୍ଥା କରାଯାଇଥିଲା ।  ବିବାହ କାର୍ଯ୍ୟ ସମ୍ପାଦନା ହେବାର ମାତ୍ର  କିଛି ସମୟ ପୂର୍ବରୁ  ବାପା ଏକ ଧାରୁଆ ଅସ୍ତ୍ର ଆଣି ଝିଅକୁ ଭୁଷି ମାରିଦେବାକୁ ଉଦ୍ୟମ କରିଥିଲେ ।  ହେଲେ ପରିବାର ଲୋକେ ସଙ୍ଗେ ସଙ୍ଗେ ଝିଅକୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । କିନ୍ତୁ  ସେତେବେଳକୁ ସବୁ ସରିଯାଇଥିଲା । ଡାକ୍ତର ଅଥିରାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ । ପୁଲିସ ଖବର ପାଇ ଡାକ୍ତରଖାନାରେ ପହଂଚିଥିଲେ । ଅଥିରାଙ୍କ ବାପା ରାଜନକୁ ହତ୍ୟା ଘଟଣାରେ ଗିରଫ କରିଥିଲେ । ପୁଲିସ ଅଗିଯୁକ୍ତ ବାପାଙ୍କୁ ଗିରଫ ପରେ ଘଟଣାର ତଦନ୍ତ କରୁଛନ୍ତି । କେଉଁ ପରିସ୍ଥିତିରେ ବାପା ହତ୍ୟା କଲେ ତାହା ଅନୁଧ୍ୟାନ କରୁଛନ୍ତି । ନିଜ ବାପା ଜନ୍ମିତ ଝିଅର ଏପରି କରିପାରେ ଯେଉଁ ହାତରେ କନ୍ୟାଦାନ କରି ଟେକିଦେବାର ଥିଲା ସେହି ହାତରେ ଝିଅର ଜୀବନକୁ ନେଇଗଲା ତାହା ବିଶ୍ୱାସ ନକଲେ ବି ସତ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking