29.4 C
Bhubaneswar
Thursday, April 18, 2024
Homeଓଡିଶାବସ ଟ୍ରକ ମୁହାଁମୁହିଁ

ବସ ଟ୍ରକ ମୁହାଁମୁହିଁ

ଦେବଗଡ଼ : ଦିନକୁ ଦିନ ସଡକ ଦୁର୍ଘଟଣା ବଢିବାରେ ଲାଗିଛି । ଗାଡି ଚାଳକଙ୍କ ବେପରୁଆ ଗାଡି ଚାଳନା କାରଣରୁ ଏଭଳି ଦୁର୍ଘଟଣା ହେଉଥିବା ଜଣାପଡିଛି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଦେବଗଡ଼ ଜିଲ୍ଲା ବାରକୋଟ ଅନ୍ତର୍ଗତ ଖୁଲୁଣ୍ଡିପାଣି ନିକଟରେ ହୋଇଥିବା ଜଣାପଡିଛି । ଯାତ୍ରୀବାହୀ ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।
ସୂଚନା ଅନୁଯାୟୀ, ୨୩ ନମ୍ବର ଜାତୀୟ ରାଜପଥରେ ଖୁଲୁଣ୍ଡିପାଣି ନିକଟରେ ଆଜି ସକାଳେ ରାଉରକେଲାରୁ ଅନୁଗୋଳ ଯାଉଥିବା ଏକ ଘରୋଇ ବସ ମାଲବାହୀ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି । ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀମାନଙ୍କୁ ବଣାଇ ଓ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାରକୋଟ ଡାକ୍ତରଖାନାରେ ଭର୍ତ୍ତି ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ବସଯାତ୍ରୀମାନଙ୍କ ମଧ୍ୟରେ ଦମୟନ୍ତୀ ବିଶ୍ବାଳ, ସୀମା ପ୍ରଧାନ ଓ ରାଜେଶ୍ୱରୀ ଗିରି ପ୍ରମୁଖ ଅଛନ୍ତି । ଏମାନେ ବଣାଇଁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖବର ପାଇ ବାରକୋଟ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking