36.1 C
Bhubaneswar
Tuesday, June 9, 2026
Homeଓଡିଶାକାଦୁଅ ରାସ୍ତା ନେଇଗଲା ମା’ଝିଅଙ୍କ ଜୀବନ

କାଦୁଅ ରାସ୍ତା ନେଇଗଲା ମା’ଝିଅଙ୍କ ଜୀବନ

ସମ୍ବଲପୁର: କାଦୁଅ ରାସ୍ତା ନେଇଗଲା ମା’ଝିଅଙ୍କ ଜୀବନ । ରାସ୍ତା କାଦୁଅ ହୋଇଥିବାରୁ ତଳେ ପଡ଼ିଗଲା ସ୍କୁଟି । ଏହି ସମୟରେ ଯାଉଥିବା ଟ୍ରକ ଉଭୟଙ୍କୁ ଚାପିଦେଇଛି । ଦୁର୍ଘଟଣାରେ ମା’ ଝିଅଙ୍କ ଜୀବନ ଚାଲିଯାଇଛି । ସମ୍ବଲପୁର ଗାନ୍ଧୀନଗର ପଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଆଜି ସକାଳୁ  ଝିଅ ମାଙ୍କୁ ସମଲେଶ୍ୱରୀ ନର୍ସିଙ୍ଗ ହୋମକୁ ସ୍କୁଟିରେ ଛାଡ଼ିବାକୁ ଯାଉଥିଲେ । ରାସ୍ତା ଉପରେ ବନ୍ଧରୁ ଉଦ୍ଧାର ହେଉଥିବା ପଙ୍କ କାଦୁଅ ପଡ଼ିଥିବା ଯୋଗୁଁ ଦୁର୍ଘଟଣା ହୋଇଥିବା ଆଶଙ୍କା କରାଯାଉଛି । ମୃତକ ହେଲେ ମା ସୁନିତା ନାଗ, ଝିଅ ସ୍ମୃତି ନାଗ । ଦୁର୍ଘଟଣା ଘଟାଇ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିବାବେଳେ ଟାଉନ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking