39.1 C
Bhubaneswar
Friday, April 26, 2024
Homeଓଡିଶାପୁଅକୁ ହାଣି ମାଟିରେ ପୋତିଦେଲା ମା’

ପୁଅକୁ ହାଣି ମାଟିରେ ପୋତିଦେଲା ମା’

ଗଞ୍ଜାମ : ଜଣେ ମଦ୍ୟପ ପୁଅର ଉନ୍ମତ୍ତ କାଣ୍ଡରେ ଅତିଷ୍ଠ ହୋଇ ଶେଷରେ ମା’ପୁଅକୁ ଏକ ଧାରୁଆ କାତିରେ ହାଣି ହତ୍ୟା କରିବା ପରେ ଘର ପଛପଟେ ମାଟି ଖୋଳି ପୋତି ଦେଇଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଖଲ୍ଲିକୋଟ ଥାନା ଚିକିଲି ପଞ୍ଚାୟତର ଗୋପପୁର ଗ୍ରାମର ହରିଜନ ସାହିର ଦୁଇତା ନାହାକ(୫୫)ଜଣେ ଶ୍ରମଜୀବୀ ମହିଳା । ସ୍ୱାମୀ ଇନ୍ଦ୍ର ନାହାକ ୧୦ ବର୍ଷ ତଳେ ପରଲୋକ ଗମନ କରିଛନ୍ତି । ଦୁଇପୁଅ ସୁକୁରିଆ ଓ ଧନୁ । ସାନପୁଅ ଧନୁ ସୁରଟରେ କାମ କରୁଥିବା ବେଳେ ବଡ଼ ପୁଅ ସୁକୁରିଆ ଗ୍ରାମରେ ରହୁଥିଲେ । ସୁକୁରିଆ ସବୁବେଳେ ମଦ୍ୟପାନ କରି ମାଆକୁ ମାଡ଼ ମାରୁଥିବା ବେଳେ ଗ୍ରାମବାସୀଙ୍କ ସହ ମଧ୍ୟ ଗଣ୍ଡଗୋଳ କରେ । ସମସ୍ତେ ତା\’ର ବ୍ୟବହାରରେ ଅତିଷ୍ଠ ହୋଇଯାଇଥିଲେ । ଗତକାଲି ରାତିରେ ସୁକୁରିଆ ମାଆକୁ ଖାଇବାକୁ ମାଗି ପ୍ରବଳ ମାଡ଼ ମାରିଥିଲା । ସେ ଖାଇବା ପରେ ମଦ ନିଶାରେ ଶୋଇ ପଡିଥିଲା । ପୁଅ ହାତରୁ ମାଡ଼ ଖାଇ ଖାଇ ଅତିଷ୍ଠ ହୋଇପଡିଥିବା ମା’ । ଦୁଇତା ଘରେ ଥିବା ଏକ ଧାରୁଆ କାତିରେ ସୁକୁରିଆର ମୁଣ୍ଡ, ଛାତି, ହାତ, ଗୋଡ଼କୁ ହାଣି ଦେଇଥିଲେ । ଫଳରେ ସୁକୁରିଆର ମୃତ୍ୟୁ ହୋଇଥିଲା । ସୁକୁରିଆ ମରିଯିବା ପରେ ତା’ର ମୃତଦେହକୁ ଘର ପଛ ପଟେ ମାଟି ଖାଳି ପୋତି ଦେଇଥିଲା । ସେହି ସାହିରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ଶୋଇଥିବା ସାନପୁଅ ଧନୁ ସକାଳୁ ଆସି ମାଆକୁ ପଚାରିବାରୁ ମାଆ ସବୁ କଥା କହି ଦେଇଥିଲେ । ଧନୁ ଏସମ୍ପର୍କରେ ଖଲ୍ଲିକୋଟ ପୁଲିସକୁ ଜଣାଇବା ପରେ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୁଲିସ ଆଗରେ ମା’ଦୁଇତା ସବୁକଥା ମାନି ଯାଇଥିଲେ । ଖଲ୍ଲିକୋଟ ତହସିଲଦାର ଚକ୍ରଧର ପାଢ଼ୀଙ୍କ ଉପସ୍ଥିତରେ ମୃତଦେହକୁ ମାଟି ଭିତରୁ ବାହାର କରିଥିଲେ । ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ôଚ ଛାନଭିନ କରି ହତ୍ୟାରେ ବ୍ୟବହୃତ କାତିକୁ ଜବତ କରିଥିଲା । ମାଆକୁ ଗିରଫ କରାଯିବା ସହ ସାନ ପୁଅ ଧନୁକୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଏନେଇ ଖଲ୍ଲିକୋଟ ପୁଲିସ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking