39.1 C
Bhubaneswar
Friday, April 26, 2024
Homeଅପରାଧବରଯାତ୍ରୀ ପ୍ରୋସେସନ୍‌ରେ ନାଚିବାକୁ ମନା କଲେ ମା’, ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ବରଯାତ୍ରୀ ପ୍ରୋସେସନ୍‌ରେ ନାଚିବାକୁ ମନା କଲେ ମା’, ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ବରଗଡ: ବିବାହ ପାଇଁ ସରିଥିଲା ସମସ୍ତ ପ୍ରସ୍ତୁତି। କନ୍ୟା ଘରେ ଚାଲିଥିଲା ଭୋଜି ଭାତର ଆସର। ଅନ୍ୟପଟେ ଗାଁ ମୁଣ୍ଡରେ ପହଞ୍ଚିଥିଲା ବରଯାତ୍ରା। ଆରମ୍ଭl ହେଇଥିଲା ପ୍ରୋସେସନ୍‌ ନାଚିଥିଲେ ବରଯାତ୍ରୀ। କିନ୍ତୁ କିଛି ଯୁବକ ବରଯାତ୍ରୀଙ୍କ ସହ ନାଚିବାକୁ ଆରମ୍ଭ କରିଥିଲେ। ଏହା କନିଆଁଙ୍କ ମା’ ଦେଖି ଯୁବକଙ୍କୁ ନାଚିବାରକୁ ବାରଣ କରିଥିଲେ। ପରେ ଯୁବକଙ୍କୁ ମୁଣ୍ଡକୁ ପିତ ଚଢ଼ିଯାଇଥିଲା। ଘରୁ ଧାରୁଆ ଅସ୍ତ୍ର ଆଣିବ ଝିଅର ମା’କୁ ବିଭତ୍ସ ଭାବେ ହତ୍ୟାକରିଥିଲେ। ଏହିଭଳି ଅଭାବନୀୟ ଘଟଣା ଘଟିଛି ବରଗଡ଼ ମେଳଛା ମୁଣ୍ଡା ଥାନା ଅନ୍ତର୍ଗତ ସାଲେପାଲି ଗାଁରେ ମୃତକ ହେଲେ କନିଆଁଙ୍କ ମା କିଶୋରୀ ରାଜହଂସ। ଉକ୍ତ ଗାଁର ସୁମନ୍ତ ନାଏକ ଓ ସୁବୋଧ ରାଜହଂସ ନାଁରେ ହତ୍ୟା କରିଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକ।

ସୂଚନା ମୁତାବିକ, ଗତକାଲି ରାତି ପ୍ରାୟ ୧୨ ଟା ସମୟରେ ଯଦୁମଣୀଙ୍କ ଝିଅ ରଶ୍ମି ରାଜହଂସଙ୍କ ବିବାହ ପାଇଁ ଘେସ ନିକତସ୍ଥ ବଡ଼ମାଲରୁ ପୁଅ ପକ୍ଷ ବରଯାତ୍ରୀ ଆସିଥିଲେ ।ବରଯାତ୍ରୀଙ୍କ ସହ ନାଚିବାପାଇଁ ବାରଣ କରିବାରୁ ବରଯାତ୍ରୀଙ୍କ ସହ ସେହି ଗାଁର ସୁମନ୍ତ ଏବଂ ସୁବୋଧ ଗଣ୍ଡଗୋଳ କରିଥିଲେ ପରେ ବିବାହ ହେଉଥିବା ଝିଅର ମା କିଶୋରୀ ବାରଣ କରିବାରୁ ଉଭୟେ ନିଜ ଘରକୁ ଦଉଡି ଯାଇ ଧାରୁଆ ଅସ୍ତ୍ର ଆଣି କିଶୋରୀଙ୍କୁ ଆକ୍ରମଣ କରିଥିଲେ ।ପରେ ଘଟଣା ସ୍ଥଳରେ କିଶୋରୀ ରକ୍ତାକ୍ତ ଅବସ୍ଥାରେ ଚେତାଶୂନ୍ୟ ହୋଇପଡିଥିଲେ ।ପରେ ତାଙ୍କୁ ବରଗଡ଼ ମୁଖ୍ୟ ଚିକିତ୍ସାଳୟ ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।ଏନେଇ ମେଲଛା ମୁଣ୍ଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ହତ୍ୟାକାରୀ ଉଭୟେ ଫେରାର ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking