26.1 C
Bhubaneswar
Friday, March 29, 2024
Homeଅପରାଧସାମାନ୍ୟ କଥାକୁ କେନ୍ଦ୍ର କରି ଭାଉଜ ଉପରେ ଗରମ ପାଣି ଢାଳିଦେଲା ଦିଅର

ସାମାନ୍ୟ କଥାକୁ କେନ୍ଦ୍ର କରି ଭାଉଜ ଉପରେ ଗରମ ପାଣି ଢାଳିଦେଲା ଦିଅର

ଦଶପଲ୍ଲା: ଏକ ସାମାନ୍ୟ କଥାକୁ କେନ୍ଦ୍ର କରି ଭାଉଜ ଉପରେ ଗରମ ପାଣି ଢାଳିଦେଲା ଦିଅର । ଏ ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ ଦିଅରକୁ ଗିରଫ କରିଛି । ବାଣିଗୋଛା ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ମାମଲାରୁ ପ୍ରକାଶ, ବାଣିଗୋଛା ଅଞ୍ଚଳର ସାହେବାଣୀ ସେଠୀ ଓ ତାଙ୍କ ଦିଅର ଅନୀଲ କୁମାର ବେହେରାଙ୍କ ମଧ୍ୟରେ ବିଭିନ୍ନ କାରଣକୁ ନେଇ ସବୁବେଳେ କଳହ ଲାଗୁଥିଲା । ଘରକୁ ଯିବା ଆସିବା ରାସ୍ତାରେ ଏକ ଚୌକି ଥିବାରୁ ତାକୁ ଭାଉଜ ସାହେବାଣୀ ଘୁଞ୍ଚାଇ ଦେଇଥିଲେ । ଏ ନେଇ ସାହେବାଣୀଙ୍କ ସହିତ ସୁନୀଲର ବଚସା ହୋଇଥିଲା । ଏଥିରେ ସୁନୀଲ ଉତ୍‌କ୍ଷୀପ୍ତ ହୋଇ ଚୁଲି ଉପରେ ରୋଷେଇ ପାଇଁ ଗରମ କରାଯାଉଥିବା ପାଣି ଭାଉଜ ଉପରେ ଢାଳି ଦେଇଥିଲା । ଫଳରେ ସାହେବାଣୀ ଗୁରୁତର ହୋଇପଡ଼ିିଛନ୍ତି । ତାଙ୍କ ମୁହଁ, ଛାତି ଓ ପେଟ ଶିଝି ଫୋଟକା ହୋଇଯାଇଛି । ତାଙ୍କୁ ଚିକିତ୍ସା ନିମନ୍ତେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏ ନେଇ ସାହେବାଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ସୁନୀଲକୁ ଗିରଫ କରିଛି । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ବାଣିଗୋଛା ଥାନାଧିକାରୀ ମୁକେଶ କୁମାର ବେହେରା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking