36.1 C
Bhubaneswar
Thursday, May 2, 2024
Homeଓଡିଶା୪ବର୍ଷର ପୁଅକୁ ମାଡ଼ ମାରି ଥାନାକୁ ଗଲେ ମା’

୪ବର୍ଷର ପୁଅକୁ ମାଡ଼ ମାରି ଥାନାକୁ ଗଲେ ମା’

ଭୁବନେଶ୍ୱର : ନିଜ ପିଲାକୁ ଆକଟ କରିବାକୁ ଯାଇ ସବୁ ବାଡ଼ ବତାସ ଭୁଲିଗଲେ ମା’ । ଟ୍ୟୁସନ୍ ଯିବାକୁ ମନା କରିବାରୁ ରାସ୍ତାରେ ପିଲାକୁ ତଳେ ପକାଇ ମାଡ଼ ମାରିଲେ । ଏଭଳି ଘଟଣା ରାଜଧାନୀର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଘଟଣାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମ୍ପୃକ୍ତ ମା’ଙ୍କ ବିରୋଧରେ ପୁଲିସ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି । ତାଙ୍କୁ ଥାନାକୁ ଆଣି ପଚରାଉଚରା କରାଯିବା ସହ ସିଆର୍‌ପିସି ଧାରା-୪୧ରେ ନୋଟିସ୍ ଦେଇ ପୁଲିସ ଛାଡ଼ିଦେଇଥିବା ଭୁବନେଶ୍ୱର ଡିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, କିଛିଦିନ ତଳେ ସୁନ୍ଦରପଦାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ଉପସ୍ଥିତିରେ ନିଜ ଛୁଆକୁ ରାସ୍ତାରେ ମାଡ ମାରିଥିଲେ । ଛୁଆ ଟ୍ୟୁସନ୍ ଯିବାକୁ ମନା କରିବାରୁ ଏଭଳି ଶାସ୍ତି ଦେଇଥିଲେ ମା’ । ଏହି ସମୟର ଦୃଶ୍ୟକୁ ଜଣେ ପଡ଼ୋଶୀ ରେକର୍ଡ କରି ଭିଡିଓକୁ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ସହ କମିଶନରେଟ୍ ପୁଲିସକୁ ଟୁଇଟ୍ ଯୋଗେ ଅଭିଯୋଗ କରିଥିଲେ । ଏହାପରେ କମିଶନରେଟ୍ ପୁଲିସ ଏୟାରଫିଲ୍ଡ ଥାନାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ପରେ ଉଭୟ ମା’ ଓ ପୁଅକୁ ପୁଲିସ ପଚରାଉଚରା କରିଥିଲା । ଏହାସହ ପୁଲିସ ପକ୍ଷରୁ ଚାଇଲ୍ଡ ଲାଇନ୍‌କୁ ଖବର ଦିଆଯାଇଥିଲା । ସେମାନେ ଥାନାରେ ପହଞ୍ଚି ଶିଶୁକୁ ଓ ମା’ର କାଉନସେଲିଂ କରିଥିଲେ । ଏହା ଘଟଣାରୁ ସମାଜକୁ ଅନେକ ଜିନିଷ ଶିଖିବାର ଆବଶ୍ୟକ ରହିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ସେ କହିଛନ୍ତି, ପରିସ୍ଥିତିର ଚାପରେ ପଡ଼ି କିମ୍ବା ଶାସନ କରିବାକୁ ଯାଇ ଶିଶୁମାନଙ୍କ ଉପରେ ବିରକ୍ତ ପ୍ରକାଶ କରନ୍ତୁ ନାହିଁ । ଏମିତିକି ନିର୍ଦ୍ଦୟ ହୋଇ ପିଲାଙ୍କୁ ମାର୍‌ପିଟ୍ କରି ଆଇନକୁ ହାତକୁ ନେବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ସେ କହିଛନ୍ତି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking