29.1 C
Bhubaneswar
Friday, May 17, 2024
Homeଓଡିଶାଆସୁଛି ଅସହ୍ୟ ତାତି

ଆସୁଛି ଅସହ୍ୟ ତାତି

ଭୁବନେଶ୍ୱର : ରାଜ୍ୟରେ ଏବେ ତାତି ଓ ଗୁଳୁଗୁଳି ବଢ଼ିଚାଲିଛି । ଫେବୃଆରୀ ନ ସରୁଣୁ ଅସହ୍ୟ ଗୁଳୁଗୁଳି ସହ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି । ଆସନ୍ତା ଦିନରେ ରାଜ୍ୟର ତାପମାତ୍ରା ଆହୁରି ବଢ଼ିବା ସହ ଚଳିତବର୍ଷ ତାତି ରାଜ୍ୟବାସୀଙ୍କୁ କନ୍ଦାଇବ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଏହା ମଧ୍ୟରେ ବୁଧବାର ରାଜ୍ୟରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଛି । ଭୁବନେଶ୍ୱରରେ ସର୍ବାଧିକ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ୯ ସହରରେ ତାପାମାତ୍ରା ୩୫ ଡିଗ୍ରୀ ମଧ୍ୟରେ ଥିଲା ।
ମିଳିଥିବା ସୂଚନା ମୂତାବକ, ଏ ବର୍ଷ ପଶ୍ଚିମ ପଟୁ ପ୍ରବାହିତ ତତଲା ପବନ ବେଶ୍ ଶକ୍ତିଶାଳୀ ରହିବ ।

ଫଳରେ ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହେବ । ଚଳିତ ବର୍ଷ ଖରାଦିନ ଶୀଘ୍ର ଆସିବ, ଲମ୍ବା ଅବଧି ପର୍ଯ୍ୟନ୍ତ ଛଟପଟ କରିବ । ଓଡ଼ିଶା ସହିଥିବା ୧୦ ସର୍ବାଧିକ ଉତ୍ତପ୍ତ ବର୍ଷ ତାଲିକାରେ ୨୦୨୧ ଯୋଡ଼ି ହେବ । ୨୦୨୧ରୁ ୩୦ ଆରମ୍ଭ ହୋଇଥିବା ଦଶକର ୨୦୨୧ ସାଂଘାତିକ ଉତ୍ତପ୍ତ ବର୍ଷ ହେବ । ଗତ ଜାନୁଆରୀ ମାସରୁ ରାଜ୍ୟରେ ଏହାର ପୂର୍ବାଭାସ ଦେଖାଦେଇଥିବା ବେଳେ ଶୀତ ଦିନ ସତ୍ତ୍ୱେ ଭୁବନେଶ୍ୱରରେ ତାପମାତ୍ରା ୩୪ ଡିଗ୍ରୀ ଉପରେ ରହୁଥିବା ରେକର୍ଡ ହୋଇଥିଲା । ଯାହାକି ମାସକ ମଧ୍ୟରେ ଆଉ ୪ ଡିଗ୍ରୀ ବଢ଼ି ଏବେ ୩୮ ଡିଗ୍ରୀରେ ପହଞ୍ଚିଛି ଓ ଫେବୃଆରୀ ଶେଷ ସୁଦ୍ଧା ଏହା ୪୦ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ ମତ ଦେଇଛନ୍ତି । ଫଳରେ ଚଳିତବର୍ଷ ତାତିରୁ ନିସ୍ତାର ମିଳିବ ନାହିଁ । ଗ୍ରୀଷ୍ମରେ ରାଜ୍ୟବାସୀ କଲବଲ ହେବେ ବୋଲି ଆଶଙ୍କା ପ୍ରକାଶ ପାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking