32.1 C
Bhubaneswar
Sunday, July 27, 2025
Homeଓଡିଶାବାଲିଚନ୍ଦ୍ରପୁର ବଜାରରୁ ମା’ ପୁଅ ନିଖୋଜ ଘଟଣା, ଛତିଶଗଡ଼ରୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର

ବାଲିଚନ୍ଦ୍ରପୁର ବଜାରରୁ ମା’ ପୁଅ ନିଖୋଜ ଘଟଣା, ଛତିଶଗଡ଼ରୁ ଅଚେତ୍‌ ଅବସ୍ଥାରେ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରୁ ମା’ ପୁଅ ନିଖୋଜ ହେବା ଘଟଣା ରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଅଚେତ ଅବସ୍ଥାରେ ଛତିଶଗଡ଼ ରାଜ୍ୟର ଏକ ନିଛାଟିଆ ସ୍ଥାନରୁ ମା’ ପୁଅ ଉଦ୍ଧାର ମା’ ପୁଅ ଙ୍କୁ ଉଦ୍ଧାର କରା ଯାଇଛି

ଗତ ୧୨ ତାରିଖ ସନ୍ଧ୍ୟାରେ ବାଳିଚନ୍ଦ୍ରପୁର ବଜାରରୁ ସ୍ଥାନୀୟ କୃଷ୍ଣପୁରଶାସନ ଗ୍ରାମର ଶୁଭଲକ୍ଷ୍ମୀ ମିଶ୍ର (୩୨) ଓ ତାଙ୍କ ପୁଅ ଅଂଶୁମାନ ମିଶ୍ର (୧୫) ନିଖୋଜ ହୋଇଥିଲେ। ଉଭୟ ଏକ ସ୍କୁଟି ସାହାଯ୍ୟରେ ବଜାରକୁ ସଉଦାପତ୍ର କିଣିବାକୁ ଆସି ଆଉ ଘରକୁ ଫେରିନଥିଲେ। ତେବେ ଆଜି ଉଭୟଙ୍କ ଲଣ୍ଡିତ ମସ୍ତକ ଓ ମୁହଁରେ କଳା ବୋଳା ହୋଇଥିବା ସହିତ ଅଚେତ ଅବସ୍ଥାରେ ଛତିଶଗଡ଼ ରାଜ୍ୟର ଏକ ନିଛାଟିଆ ସ୍ଥାନରୁ ଉଦ୍ଧାର କରାଯାଇଛି।

ଖବର ପାଇ ବାଲିଚନ୍ଦ୍ରପୁର ଥାନା ପୋଲିସର ଏକ ଟିମ ସେଠାକୁ ଯାଇଥିବା ସୂଚନା ମିଳିଛି। ସେଠାରେ ଏକ ମେଡିକାଲରେ ଉଭୟଙ୍କ ଚିକିତ୍ସା ଚାଲିଥିବା ଜଣାଯାଇଛି। ତେବେ ମା ଓ ପୁଅଙ୍କୁ ଅପହରଣ କରାଯାଇଥିବା ନେଇ ସନ୍ଦେହ ଘନୀଭୂତ ହୋଇଛି। ଏ ସମ୍ପର୍କରେ ଶୁଭଲକ୍ଷ୍ମୀଙ୍କ ବାପା ସରୋଜ ମିଶ୍ର ବାଲିଚନ୍ଦ୍ରପୁର ଥାନାରେ ମଧ୍ୟ ଅଭିଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking