ଅଳିଆ ଗଦାରେ ଛିଡା ହାତ, ଗୋଡ

young man dead, forest depat worker attacked thinking that he is a hunter

ଭୁବନେଶ୍ୱର: ଅଳିଆ ଗଦାରେ ପଡିଛି ଛିଡା ହାତ ଓ ଗୋଡ । ମିଳିଥିବା ଛିଡା ହାତ ଓ ଗୋଡରେ ଷ୍ଟିଚିଂ ହୋଇଥିବା ସୂଚନା ମିଳିଛି । ଛିଡା ହାତ ଗୋଡ କାହାର, ଅଳିଆ ଗଦାକୁ କେମିତି ଆସିଲା ତାହା ବର୍ତମାନ ଅସ୍ପଷ୍ଟ ରହିଛି । ଖବର ପାଇ ଖାରବେଳଥାନା ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତା ପାଖରେ ଏକ ମେଡିକାଲ ଇନଷ୍ଟିଚ୍ୟୁଟ ଥିବାରୁ ଅନେକ ଆଶଙ୍କା ବର୍ତମାନ ସମୟରେ ପ୍ରକାଶ ପାଇଛି । ଏହି ଛିଣ୍ଡା ହାତ ଗୋଡ ମହିଳା ନା ପୁରୁଷର ସ୍ପଷ୍ଟ ହୋଇନାହିଁ । ରାସ୍ତା ପାଖରେ ଥିବା ଅଳିଆ ଗଦାରୁ ଛିଣ୍ଡା ହାତ ଗୋଡ ପଡିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ପରେ ସ୍ଥାନୀୟ ଲୋକଙ୍କ ଖବର ପାଇ କମିଶନରେଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେଠାରେ ପଡିଥିବା ହାତ ଓ ଗୋଡକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସୂଚନା ମିଳିଛି । କିଏ ପକାଇଛି ଏହା ସ୍ପଷ୍ଟ ହୋଇନଥିବା ବେଳେ ପାଖରେ ମେଡିକାଲ ଥିବାରୁ ସେମାନେ ପକାଇପାରନ୍ତି ବୋଲି ସନ୍ଦେହ କରାଯାଉଛି ।

LEAVE A REPLY

Please enter your comment!
Please enter your name here