30.1 C
Bhubaneswar
Thursday, May 9, 2024
Homeଓଡିଶା୧ ହଜାରରୁ ଊର୍ଦ୍ଧ୍ୱ ଏଏସ୍‌ଆଇ ନିଯୁକ୍ତ

୧ ହଜାରରୁ ଊର୍ଦ୍ଧ୍ୱ ଏଏସ୍‌ଆଇ ନିଯୁକ୍ତ

କଟକ: ରାଜ୍ୟର ବିଭିନ୍ନ ଥାନା ସମେତ ପୁଲିସ କାର୍ଯ୍ୟାଳୟରେ ୧୦୧୬ ଜଣ ଆସିଷ୍ଟାଣ୍ଟ ସବ୍‌ଇନ୍‌ସ୍ପେକ୍ଟର (ଏଏସ୍‌ଆଇ)ଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଅପରାଧ ମାମଲାର ତଦନ୍ତ ଏବଂ ଆଇନ୍‌ଶୃଙ୍ଖଳା ଭଳି ପରିସ୍ଥିତି ସମୟରେ ସଠିକ୍ ଭାବେ କାର୍ଯ୍ୟ କରିବାକୁ ସେମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରଶିକ୍ଷଣ ସମୟରେ ଅନୁଷ୍ଠିତ ହେଉଥିବା ଲିଖିତ ପରୀକ୍ଷା ଏବଂ ପରେ ଥାନା ସହିତ ସଂଲଗ୍ନ ଭଳି ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଚଳିତ ମାସ ୧୫ ତାରିଖରୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଡିସେମ୍ବର ୨୦୨୦ରେ ୧୦୯୨ଜଣ କନଷ୍ଟେବଳ ହାବିଲଦାର, ଲାନ୍ସନାଏକ ପଦବୀର ଏଏସ୍‌ଆଇ ପଦବୀକୁ ପଦୋନ୍ନତି ନିମନ୍ତେ ବିଜ୍ଞପ୍ତି ପ୍ରକାଶିତ ହୋଇଥିଲା । ଲିଖିତ ପରୀକ୍ଷା ଏବଂ ସର୍ଭିସ୍ ରେକର୍ଡ ଯାଞ୍ଚ କରାଯିବା ପରେ ସେମାନଙ୍କୁ ପଦୋନ୍ନତି ଦିଅଯିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ସେହି କ୍ରମରେ ପଦନ୍ନୋତି ପାଇଥିବା ଏଏସ୍‌ଆଇଙ୍କୁ ୪ ମାସ ଇନ୍‌ଷ୍ଟିଚ୍ୟୁସନାଲ୍ ଟ୍ରେନିଂ ଏବଂ ୨ମାସ ବିଭିନ୍ନ ପୁଲିସ୍ ଷ୍ଟେସନ୍ ସହିତ ସଂଲଗ୍ନ କରାଯାଇଥିଲା ।

ପଦୋନ୍ନତି ପାଇଥିବା ଏଏସ୍‌ଆଇମାନେ ଏଇଟି, କୋରାପୁଟ, ପିଟିଏସ୍‌, ନୟାଗଡ଼, ବିଟିଆଇ, ବୁର୍ଲା, ୟୁପି ଏବଂ ଟିଟିଆଇ, ଭୁବନେଶ୍ୱର, ପିଟିସି, ଅନୁଗୁଳ ଏବଂ ପିଟିଆଇ, ବୈରୀଠାରେ ତାଲିମ ଗ୍ରହଣ କରିଥିଲେ । ସେମାନଙ୍କ ପ୍ରଶିକ୍ଷଣ ସମାପ୍ତ ହେବା ପରେ ସେମାନଙ୍କୁ ଏକ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବାର ଆବଶ୍ୟକତା ରହିଛି । ଏହାପରେ ସେମାନେ ଅପରାଧ ମାମଲାଗୁଡ଼ିକର ତଦନ୍ତ ନିମନ୍ତେ ସ୍ୱୀକୃତି ପାଇପାରିବେ । ଆଗାମୀ ଦିନରେ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଯୋଗାଇବାରେ ଏତେସଂଖ୍ୟକ ତଦନ୍ତକାରୀ ଅଧିକାରୀ ମୁଖ୍ୟ ଭୂମିକା ଗ୍ରହଣ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking