29.1 C
Bhubaneswar
Saturday, April 27, 2024
Homeଓଡିଶାମୋଦି @୨୦ ପୁସ୍ତକ ଲୋକାର୍ପଣ

ମୋଦି @୨୦ ପୁସ୍ତକ ଲୋକାର୍ପଣ

ଭୁବନେଶ୍ୱର : ମୋଦି @୨୦ ପୁସ୍ତକ ଲୋକାର୍ପଣ । ଭୁବନେଶ୍ୱରରେ ଏହାର ଲୋକାର୍ପଣ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀଙ୍କ ବିଷୟରେ ସେ ଅନେକ କଥା କହିଛନ୍ତି । କେଉଁଭଳି ଜଣେ ବ୍ୟକ୍ତି ଯିଏ ନା କେବେ ୱାର୍ଡମେମ୍ବର କି ସରପଞ୍ଚ ନହୋଇ ମଧ୍ୟ ସିଧା ମୁଖ୍ୟମନ୍ତ୍ରୀ ହୋଇଥିଲେ । ଅତ୍ୟନ୍ତ ସଫଳତାର ସହ ସେ ମୁଖ୍ୟମନ୍ତ୍ରୀ ଏବଂ ପରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଲୋକଙ୍କ ବିଶ୍ୱାସକୁ ଜିତି ଆଜି ସେ ସର୍ବାଧିକ ଲୋକପ୍ରିୟ ହୋଇପାରିଛନ୍ତି । ପରିବାରବାଦ ଏବଂ ତୁଷ୍ଟୀକରଣର ରାଜନୀତିକୁ ସେ ସମାପ୍ତ କରିଦେଇଛନ୍ତି । ତାର ପ୍ରକୃଷ୍ଟ ଉଦାହରଣ ହେଲା ପ୍ରଥମ ଦଫାରେ ଗରିବ ଦଳିତ ଓକିଲଙ୍କୁ ଦେଶର ରାଷ୍ଟ୍ରପତି କରାଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଚଳିତ ଥର ଜଣେ ଆଦିବାସୀ ମହିଳାଙ୍କୁ ମହାମହିମ ପଦରେ ଅବସ୍ଥାପିତ କରାଯାଇଛି । ମୋଦୀଙ୍କ ଚିନ୍ତାଧାରା ସର୍ବଦା ଉର୍ଦ୍ଧ୍ୱଗାମୀ ତେଣୁ ସେ ଏତେ ସଫଳ ହୋଇପାରିଛନ୍ତି । ନିଜର ପରିବାର ଛାଡି ସେ ୧୩୦ କୋଟି ଲୋକଙ୍କ କଥା ଚିନ୍ତା କରିଛନ୍ତି । ଏହି କାର‌୍ୟ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking