27.1 C
Bhubaneswar
Thursday, October 6, 2022
Homeଓଡିଶା+୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

+୩ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର : ସୋମବାର ଅପରାହ୍ନରେ ପ୍ରକାଶ ପାଇଛି +୨ କଳା ପରୀକ୍ଷା ଫଳାଫଳ । ଚଳିତ ବର୍ଷ କଳାରେ ପାସ୍ ହାର ୮୨.୧୦ % ପ୍ରତିଶତ ରହିଛି । ପୂର୍ବରୁ +୨ ବିଜ୍ଞାନ ଏବଂ ବାଣିଜ୍ୟ ଫଳାଫଳ ବାହାରିସାରିଥିବାବେଳେ ଏବେ ସରିଛି +୨ ପରୀକ୍ଷା ପ୍ରକ୍ରିୟା । ଏହାରି ମଧ୍ୟରେ +୩ ଆଡମିଶନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୂଯାୟୀ, ଅଗଷ୍ଟ ୧୧ ରୁ ୨୩ ଯାଏଁ ନାମଲେଖା ଆବେଦନ କରାଯିବ । ଅଗଷ୍ଟ ୩୧ ତାରିଖରେ ପ୍ରଥମ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ଏବଂ ସେପ୍ଟେମ୍ବର ୨ ରୁ ୫ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ହେବ । ସେହିପରି ସେପ୍ଟେମ୍ବର ୧୧ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ୧୨ ରୁ ୧୪ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଶେଷରେ ୧୬ ତାରିଖରେ ଖାଲିଥିବା ସିଟ୍ ତାଲିକା ପ୍ରକାଶିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking