32.9 C
Bhubaneswar
Saturday, April 18, 2026
Homeଦେଶ ବିଦେଶଆଜି ରାତି ୮.୩୦ରେ ସମ୍ବୋଧନ କରିବେ ମୋଦୀ

ଆଜି ରାତି ୮.୩୦ରେ ସମ୍ବୋଧନ କରିବେ ମୋଦୀ

ନୂଆଦିଲ୍ଲୀ: ଆଜି ଅର୍ଥାତ ଶନିବାର ରାତି ୮.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବେ । ମହିଳା ସଂରକ୍ଷଣ ବିଲ କାଟ ଖାଇବା ଉପରେ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯେ  ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଲାଗିଛି ବଡ଼ ଝଟକା। ଲୋକସଭାରେ ଏନଡିଏ ସରକାର ମହିଳା ସଂରକ୍ଷଣ ବିଲ୍ ପାରିତ କରିବାରେ ବିଫଳ ହୋଇଛି। ୧୩୧ତମ ସମ୍ବିଧାନ ବିଲ୍ ଜରିଆରେ କେନ୍ଦ୍ର ସରକାର ତତ୍କାଳ ମହିଳା ସଂରକ୍ଷଣ ବିଲ ଲାଗୁ କରିବାକୁ ଲକ୍ଷ୍ୟ ରଖିଥିଲେ। ମହିଳା ସଂରକ୍ଷଣକୁ ସୀମା ପୁନଃ ନିର୍ଦ୍ଧାରଣ ସହ ଯୋଡ଼ିଥିଲେ।ହେଲେ ଏହି ବିଲ୍ ଲୋକସଭାରେ ଆବଶ୍ୟକ ଦୁଇ ତୃତୀୟାଂଶ ମତ ହାସଲ କରିପାରି ନାହିଁ। ସମ୍ବିଧାନ ସଂଶୋଧନ ବିଲ ସପକ୍ଷରେ ୨୯୮ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨୩୦ ଖଣ୍ଡ ଭୋଟ ପଡ଼ିଛି। ଅର୍ଥାତ ୫୨୮ ଜଣ ସାଂସଦ ଆଜିର ଭୋଟିଂରେ ସାମିଲ ହୋଇଥିଲେ।ସମ୍ବିଧାନ ସଂଶୋଧନ ବିଲ ପାରିତ ହେବାକୁ ୩୨୬ ଖଣ୍ଡ ଭୋଟର ଆବଶ୍ୟକ ରହିଥିଲା। କିନ୍ତୁ ଏନଡିଏ ଏହାକୁ ହାସଲ କରିବାରେ ବିଫଳ ହୋଇଛି। ଏଥିଯୋଗୁ ସମ୍ବିଧାନ ସଂଶୋଧନ ବିଲ ଲୋକସଭାରେ ଗୃହୀତ ହୋଇ ପାରନାହିଁ। ଏହି ସମ୍ବିଧାନ ସଂଶୋଧନ ବିଲ ସହ ସରକାର ସୀମା ପୁନଃ ନିର୍ଦ୍ଧାରଣ ଓ କେନ୍ଦ୍‌ ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ ୨୦୨୬ ମଧ୍ୟ ଆଣିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking