27.6 C
Bhubaneswar
Saturday, April 18, 2026
Homeଓଡିଶାଗ୍ରୀଷ୍ମ ପ୍ରବାହ: କଳାହାଣ୍ଡିରେ ୪୦ ଡିଗ୍ରୀ ଛୁଇଁଲା ପାରଦ

ଗ୍ରୀଷ୍ମ ପ୍ରବାହ: କଳାହାଣ୍ଡିରେ ୪୦ ଡିଗ୍ରୀ ଛୁଇଁଲା ପାରଦ

ଭବାନୀପାଟଣା: ତତଲା କଡେଇରେ ଭାଜି ହେଉଛି କଳାହାଣ୍ଡି । ପୂର୍ବାହ୍ନ ୧୧ଟା ନ ହେଉଣୁ ପାରଦ ଟପୁଛି ୪୦ ଡିଗ୍ରୀ । ଭବାନୀପାଟଣା ସହର ସମେତ ସାରା ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଥିବା ବେଳେ ମେଡିକାଲ ଗୁଡ଼ିକରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।ସମସ୍ତ ସ୍କୁଲ କଲେଜକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆକାଶରୁ ନିଆଁ ବର୍ଷୁଛି । ସକାଳ ୧୧ଟା ବାଜିଲେ ରାସ୍ତାଘାଟ ଶୂନଶାନ ହୋଇଯାଉଛି । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଗ୍ରୀଷ୍ମର ପ୍ରକୋପ ଏମିତି ଯେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ପୂର୍ବାହ୍ନ ୧୧ଟା ରେ ହିଁ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବାରୁ ବେଳେ ଲୋକେ ହନ୍ତସନ୍ତ ହେଉଛନ୍ତି । ଅତି ଜରୁରୀ କାମ ନଥିଲେ କେହି ବାହାରକୁ ବାହାରୁ ନଥିବା ଦେଖିବାକୁ ମିଳୁଛି। ଜରୁରୀ କାମ ପଡିଲେ ହିଁ ଲୋକେ ବାହାରକୁ ବାହରକୁ ବାହାରୁଥିବା ବେଳେ ସେମାନଙ୍କ ପାଇଁ ଏବେ ସାହା ଭରସା ଛତା, ଚଷମା ଓ ଗାମୁଛା ପାଲଟିଛି । ଗରମରୁ ରକ୍ଷା ପାଇବା ପାଇଁ ସହରର ଗଳି କନ୍ଦିରେ ଥିବା ଲସି, ଆଖୁରସ ଏବଂ ଥଣ୍ଡା ପାନୀୟ ଦୋକାନରେ ପ୍ରବଳ ଭିଡ଼ ଜମୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking