ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ହିନ୍ଦୁ ଧାର୍ମିକ ପରମ୍ପରାରେ ଏକ ବଡ ପର୍ବ । ଆମ ରାଜ୍ୟରେ ଏହାକୁ ବର୍ଷର୍ର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ । ଓଡିଆ ପଞ୍ଜିକାର ଗଣନା ଅନୁଯାୟୀ ଏହା ହେଉଛି ବର୍ଷର ପ୍ରଥମ ଦିନ । ଆଜି ମେଷ ରାଶିରେ ରବି ଅବସ୍ଥାନ କରୁଥିବାରୁ ଏହାକୁ ମେଷ ସଂକ୍ରାନ୍ତି ମଧ୍ୟ କୁହାଯାଏ । ଓଡିଶାରେ ଏହା ପଣା ସଂକ୍ରାନ୍ତି ଭାବେ ଲୋକପ୍ରିୟ । ଆଜି ଦିନରେ ବିଭିନ୍ନ ଦେବାଦେବୀଙ୍କ ମନ୍ଦିରରେ ପଣା ବୋଗ କରାଯାଏ । ଏହା ଆମର ସାମାଜିକ, ଆଧ୍ୟାତ୍ମିକ ଓ ପାରିବାରିକ ଭିତ୍ତିଭୂମିକୁ ସୁଦୃଢ କରୁଥିବା ପର୍ବ । ଶ୍ରୀକ୍ଷେତ୍ର ଆଖଡାରେ ଆଜିର ଦିନରେ ପଣାର ଆସର ଜମିଥାଏ । ଅନ୍ୟପଟେ ପରମ୍ପରା ଅନୁଯାୟୀ, ଆଜିଠାରୁ ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଥାଏ । ଆଜି ମହାବୀରଙ୍କ ଜୟନ୍ତୀ । ଏଥିପାଇଁ ସବୁ ହନୁମାନ ମନ୍ଦିରରେ ବଜରଙ୍ଗବାଲିଙ୍କ ପୂଜାର୍ଚ୍ଚନା ଚାଲିଛି । ପରମ୍ପରା ଅନୁଯାୟୀ ପୁରୀରେ ବିଭିନ୍ନ ଯାଗା ଆଖଡାମାନଙ୍କରେ ଆୟୋଜନ କରାଯାଇଛି ମାଟି କୁସ୍ତି ।










