28.5 C
Bhubaneswar
Saturday, August 1, 2026
Homeଓଡିଶା୬ ବିଭାଗର ୧୧ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ

୬ ବିଭାଗର ୧୧ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ

ଭୁବନେଶ୍ବର: ଶନିବାର ରାଜ୍ୟ ମନ୍ତ୍ରୀମଣ୍ଡଳ (କ୍ୟାବିନେଟ)ର ୪୫ତମ ବୈଠକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କ୍ୟାବିନେଟ ବୈଠକର ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ l ବୈଠକରେ ୬ ଟି ବିଭାଗର ୧୧ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l ଅର୍ଥ ବିଭାଗର ୧ଟି, ଆଇନ ବିଭାଗର ୧ଟି, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ (ଏସଟି ଏସସି ) ବିଭାଗର ୧ଟି, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୧ଟି, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୨ ଟି ଏବଂ ଜଳସମ୍ପଦ ବିଭାଗର ସର୍ବାଧିକ ୫ ଟି, ଏହିପରି ମୋଟ ୬ଟି ବିଭାଗର ୧୧ଟି ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି l

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ୨.୦ର ଅନୁମୋଦନ
କେନ୍ଦୁଝର, ବାଲେଶ୍ବର ଜିଲ୍ଲାର ଜଳସେଚନ ପାଇଁ ସୁବିଧା
ଦୟାଦନୀରେ ନିର୍ମାଣ ହେବ ଉଠା ଜଳସେଚନ ପ୍ରକଳ୍ପ
ପୁରୀ,ଖୋର୍ଦ୍ଧା ଜିଲ୍ଲାର ୭,୭୦୦ ଏକର ଜମିକୁ ହେବ ଜଳସେଚନ
ପିଏମ ଆବାସ ଯୋଜନା (ସହର) ୨.୦କୁ ମଞ୍ଜୁରୀ
ଓଡ଼ିଶା ବିଧି ସେବା ନିୟମାବଳୀ-୨୦୨୬ ମଞ୍ଜୁରୀ
କୃଷି ଯନ୍ତ୍ରପାତି, ଉପକରଣ, ଡିଜେଲ ପମ୍ପ ସେଟ୍ ଲୋକପ୍ରିୟକରଣକୁ ମଞ୍ଜୁରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking