ଗଜପତି: ମାଟି ତଳୁ ବାହାରିଲା ଦୁଇ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଗଞ୍ଜେଇ । ପୁଣି ଗଜପତିରେ ପୁଳାପୁଳା ଗଞ୍ଜେଇ । ନୂଆଗଡ଼ ବ୍ଲକ କିରାମା ଗ୍ରାମ ପଞ୍ଚାୟତ ଭିମନପୁର ଗାଁ ନିକଟସ୍ଥ ଜଙ୍ଗଲ, ଘର ସହ ମାଟି ତଳେ ଗଞ୍ଜେଇ ପୋତା ଯାଇଥିବା ପୁଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲା । ଯାହାକୁ ନେଇ ଆଜି ସକାଳ ସମୟରେ ଆର୍ ଉଦୟଗିରି ଏସଡ଼ିପିଓ ରାକେଶ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଆର୍ ଉଦୟଗିରି ଥାନା ଓ ଚନ୍ଦ୍ରଗିରି ଫାଣ୍ଡିର କର୍ମଚାରୀଙ୍କୁ ନେଇ ଏକ ଟିମ୍ ଗଠନ କରି ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ୬୭ ଟି ଜରି ବସ୍ତାରେ ଥିବା ଗଞ୍ଜେଇକୁ ବାହାର କରାଯାଇଥିଲା ।ଜବତ ଗଞ୍ଜେଇକୁ ଏକଜୁଟିଭ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରଯାଇଥିଲା ଯାହାର ପରିମାଣ ଦୁଇ କୁଇଣ୍ଟାଲ ଦଶ କିଲୋ ଗ୍ରାମ ହୋଇଥିଲା । ଏମିତି କି ଏହାର ବଜାର ଦର ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ ସୁଚନା ଦିଆଯାଇଛି । ପାଖାପାଖି ୧୧ ଟନ ଗଞ୍ଜେଇ କିଛି ଦିନ ମଧ୍ୟରେ ଚଢ଼ାଉ କରି ଜବତ କରି ସାରିଲେଣି ଗଜପତି । ତଥାପି ଗଞ୍ଜେଇର ପରିମାଣ ଏତେ ଚାଷ କରିଥଲେ ମାଫିଆ ମାନେ ଯେ ଏବେ ମାଟି ତଳୁ ଖୋଳି ଖୋଳି ବାହାର କରୁଛି ପୁଲିସ୍ ।










