ଗଞ୍ଜାମ: ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଜାଗାରେ ମାସାନ୍ତ ମେରୁ । ଆଜି ସଂକ୍ରାନ୍ତି ମେରୁ ଅନୁଷ୍ଠିତ ହେବ । ମୀନ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଥିବା ବିଷୁବ ସଂକ୍ରାନ୍ତିରେ ମେରୁ ଯାତ୍ରା ହୋଇ ଶେଷ ହୋଇଥାଏ । ତେବେ କିଛି ଜାଗାରେ ଗଞ୍ଜାମର ଏହି ପାରମ୍ପରିକ ଦଣ୍ଡ ଯାତ୍ରା ସଂକ୍ରାନ୍ତି ଦିନ ଶେଷ ହେଉଥିବା ବେଳେ କିଛି ଜାଗାରେ ସଂକ୍ରାନ୍ତି ପୂର୍ବ ଦିନ ମାସନ୍ତ ଦିନ ଶେଷ ହୋଇଯାଏ । ମାନସିକଧାରୀମାନେ ମୀନ ସଂକ୍ରାନ୍ତିଠାରୁ ମେଷ ସଂକ୍ରାନ୍ତି ଯାଏଁ ଦୀର୍ଘ ଏକ ମାସ ଧରି ପାଳନରେ ରହିଥାନ୍ତି । ଏହାକୁ ଦଣ୍ଡ ଯାତ୍ରା ବା ଚୈତ୍ର ମାସ ଝାମୁ ଯାତ୍ରା ମଧ୍ୟ କୁହାଯାଏ । ମାନସିକଧାରୀମାନେ ମାନସିକ ରଖି ଦଣ୍ଡକାଳୀ ଠାକୁରଙ୍କୁ ଧରି ଗାଁକୁ ଗାଁ ବୁଲିଥାନ୍ତି ।










