ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ କଂଗ୍ରେସ- ବିଜେଡି ମେଣ୍ଟକୁ ନେଇ ଦେବୀ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି, ରାଜନୀତିରେ ଏମିତି ଚର୍ଚ୍ଚା ସ୍ୱାଭାବିକ, ଏଭଳି ଚର୍ଚ୍ଚା କେବଳ ମିଡିଆରେ ହେଉଛି । ନିର୍ବାଚନକୁ ବହୁତ ସଂୟ ଅଛି, ନଈ ନ ଦେଖି ଲଙ୍ଗଳା ହେବା ଅନୁଚିତ । ମେଣ୍ଟ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ଦଳର ସଭାପତି ଗ୍ରହଣ କରିବେ । ସେପଟେ ଗତକାଲି ବିଜେଡି- କଂଗ୍ରେସ ମେଣ୍ଟ ନେଇ ପିସିସି ସଭାପତି ବଡ ସୂଚନା ଦେଇଥିଲେ । କହିଥିଲେ ହାଇକମାଣ୍ଡ ଚାହିଁଲେ ବିଜେଡି – କଂଗ୍ରେସ ମେଣ୍ଟ ହୋଇପାରେ । ଆସନ୍ତା ପଞ୍ଚାୟତ ଓ ପୌର ନିର୍ବାଚନରେ ହାଇକମାଣ୍ଡ ଚାହିଁଲେ ମେଣ୍ଟ ହୋଇପାରିବ । ଏଆଇସିସି ଯଦି ନିଷ୍ପତ୍ତି ନିଏ, ତାହାଲେ ଉଭୟ ଦଳ ମେଣ୍ଟ କରିପାରୁ । ଖୋଦ୍ଧ।।ର୍ କଂଗ୍ରେସ କାର୍ଯ୍ୟାଳୟ ଉଦଘାଟନ ବେଳେ ଏପରି କିଛି ବୟାନ ଦେଇଥିଲେ ଭକ୍ତ ଦାସ ।










