ଆଜିର ଦିନଟି ଆପଣଙ୍କର କେମିତି କଟିବ ଆସନ୍ତୁ ଜାଣିବା….

ମେଷ : ଗୃହରେ ଯେତେ ପ୍ରକାର ସମସ୍ୟା ଆସିଲେ ମଧ୍ୟ ତାହାର ଠିକ୍ ସମାଧାନ କରିବା ପାଇଁ ଚେଷ୍ଟା କରିବେ । ବ୍ୟବସାୟ ଓ ପରିବହନ ପ୍ରକାଶନ ନିର୍ମାଣ ସଭା ସମିତି ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ । କୌଣସି କ୍ଷେତ୍ରରେ ବ୍ୟସ୍ତ ହୁଅନ୍ତୁ ନାହିଁ ।
ବୃଷ : ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଓ ଲକ୍ଷ୍ୟ ପୁରଣ ହୋଇଯିବ । ବନ୍ଧୁଙ୍କ ଆମନ୍ତ୍ରଣଙ୍କୁ ଉପେକ୍ଷା କରିପାରିବେ ନାହିଁ । ବୃହସ୍ପତୀଙ୍କ ପ୍ରଭାବରୁ ଯାହା ଭାବୁଛନ୍ତି କରି ଚାଲନ୍ତୁ କୌଣସି ଅସୁବିଧା ହେବ ନାହିଁ । ମହିଳାମାନେ ନିଜର ପ୍ରତିଯୋଗୀଙ୍କ ସହ ସମ୍ପର୍କ ଯୋଡ଼ିବା ବହୁ କଷ୍ଟ ହେବ ।
ମିଥୁନ : ଆଜି ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବିନୟପୂର୍ଣ୍ଣ କଥା କହି ସଫଳତା ହାସଲ କରିବେ । ଅବଶ୍ୟ ଆକସ୍ମିକ ଭାବେ ବନ୍ଧୁଙ୍କ ବ୍ୟବହାରରେ ବିଶେଷ ପରିବର୍ତନ ହେବ। ଯାହାକି ଆପଣଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ ।
କର୍କଟ : ଆଜି ହଠାତ କୌଣସି ଖବର ପାଇ ଖୁସି ହେବେ । ବାଣିଜ୍ୟ ଓ ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ନିଜର ପ୍ରତିଯୋଗୀଙ୍କ ସହ ସମ୍ପର୍କ ଯୋଡ଼ିବା ସକାଶେ ଆପ୍ରାଣ ଚେଷ୍ଟା କରିବେ ।
ସିଂହ : ବହୁଦିନର ଗୁରୁତ୍ୱପୂର୍ଣ୍ଣ କାମଟି ହାସଲ କରିବା ସକାଶେ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି । ରାଜନୀତି କିମ୍ବା ଆଲୋଚନା କ୍ଷେତ୍ରରେ ଜଣେ ବିବାଦୀୟ ବ୍ୟକ୍ତି ଅସୁବିଧାରେ ପକାଇ ପାରନ୍ତି । ସମ୍ପର୍କୀୟ ବନ୍ଧୁ ସାହାଯ୍ୟ ଓ ପ୍ରତିଶ୍ରୁତି ନେଇ ଆଶା ପୁରଣ କରିବେ ।
କନ୍ୟା : କୌଣସି ସମସ୍ୟା ବିଷୟରେ ଭାବୁଥିବା କଥାଟିକୁ ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ । ବାଣିଜ୍ୟ ଓ ବ୍ୟବସାୟରେ ସଫଳତା ମିଳିବ । ନିକଟ ସମ୍ପର୍କୀୟମାନଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ ।
ତୁଳା : ଆଜିର କାର୍ଯ୍ୟକ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ ହେବ ନାହିଁ । ପରିବାରରେ ଶୁଣାକଥାକୁ ବିଶ୍ୱାସ କରି କୌଣସି କାମ କଲେ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଆର୍ଥିକ ସ୍ଥିତିକୁ ମଜବୁତ କରିବା ସହ ଜମିଜମା ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିପାରନ୍ତି।
ବିଛା : ଆପଣଙ୍କର ଆର୍ଥିକ ପରିସ୍ଥିତି ଭଲ ରହିବ । ପୂର୍ବରୁ ଲାଗି ରହିଥିବା କଳହ ସମାଧାନ ହୋଇଯିବ । ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ । ନୂତନ ଗୃହ କରିପାରିବେ । ଛାତ୍ରଛାତ୍ରୀମାନେ କର୍ମଯୋଗୀ ହୋଇପାରନ୍ତି ।
ଧନୁ : ଆଜି ଦିନଟି ଆପଣଙ୍କ ପକ୍ଷେ ଭଲ ହେବନାହିଁ । ଶତୃର ସମ୍ମୁଖିନ ହୋଇପାରନ୍ତି । ମାନସିକ ଅଶାନ୍ତି ତଥା ପାରିବାରିକ କଳହ ଲାଗି ରହିବ । ସ୍ୱାସ୍ଥ୍ୟହାନୀ ଓ ଅର୍ଥଭାବ ପାଇଁ ବିବ୍ରତ ହୋଇପାରନ୍ତି । ମହିଳାମାନେ ଇର୍ଷାପରାୟଣ ହେବେ ।
ମକର : ଆଜି ବ୍ୟବସାୟରେ ଲାଭବାନ ହେବେ । ଆପଣଙ୍କର ଅର୍ଥଭାବ ଦୂର ହେବ । ଶୁଭ ଖବର ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ଲାଭବାନ ହେବେ । ସତର୍କତା ସହ ଚଳିବାକୁ ଚେଷ୍ଟା କରନ୍ତୁ । କେତେକ କ୍ଷେତ୍ରରେ ଅଯଥା ଅପମାନ ହେବେ ।
କୁମ୍ଭ : ଆଜି ସ୍ତ୍ରୀ ଓ ପିଲାଙ୍କ ପାଇଁ ବ୍ୟସ୍ତ ହେବେ । ବ୍ୟବସାୟରେ ମଧ୍ୟମଧରଣର ଲାଭ ହେବ। ବନ୍ଧୁମାନଙ୍କ ପ୍ରତି ଅପ୍ରତୀ ହେବେ । ଆପଣଙ୍କ ଶରୀର ସୁସ୍ଥ ରହିବ । ମହିଳାମାନେ ପାରିବାରିକ ଅଶାନ୍ତି ଲାଭ କରିବେ । ବିଦ୍ୟାର୍ଥୀମାନେ ଅମନଯୋଗୀ ହୋଇପାରନ୍ତି ।
ମୀନ : କର୍ମକ୍ଷେତ୍ରରେ ପଦନ୍ନୋତୀ ଘଟିପାରେ । ପରିବାରରେ ଶାନ୍ତି ମିଳିବ । ଆପଣଙ୍କର ନୂତନ ନିଯୁକ୍ତି ସୃଷ୍ଟି ହୋଇପାରେ । ଆପଣଙ୍କ ଶରୀର ସୁସ୍ଥ ରହିବ । ଜଟିଳ ସମସ୍ୟାର ସମାଧାନ ହୋଇଯିବ । ନୂତନ ଭୂମି କ୍ରୟ କରିପାରିବେ । ମହିଳାମାନେ ସମ୍ମାନୀତ ହୋଇପାରନ୍ତି।