27.6 C
Bhubaneswar
Saturday, April 18, 2026
Homeଓଡିଶାଏକତରଫା ପ୍ରେମରୁ ବାପାଙ୍କୁ ଭୁଜାଲି ମାଡ

ଏକତରଫା ପ୍ରେମରୁ ବାପାଙ୍କୁ ଭୁଜାଲି ମାଡ

ବାଲେଶ୍ୱର: ଏକତରଫା ପ୍ରେମକୁ ନେଇ ଝିଅର ବାପାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି ଜଣେ ଯୁବକ। ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଝିଅର ବାପାଙ୍କୁ ଭର୍ତ୍ତି କରାଯାଇଛି।ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଖଡ଼ିକାପଦା ଅଞ୍ଚଳରେ ଏକତରଫା ପ୍ରେମ ବ୍ୟାପାରକୁ ନେଇ ହୋଇଛି ଏହି ଆକ୍ରମଣ। ସହଯୋଗୀଙ୍କ ଜରିଆରେ ଭୁଜାଲିରେ ଆକ୍ରମଣ ସହିତ ବନ୍ଧୁକ ଦେଖାଇ ଭୟଭୀତ କରାଇଥିବା ଅଭିଯୋଗ ହୋଇଛି। ଗୁରୁତର ଜଣକ ହେଉଛନ୍ତି ହରିଶ୍ଚନ୍ଦ୍ର ପ୍ରଧାନ। ତାଙ୍କର ମୁଣ୍ଡ,ଦେହରେ ଆଘାତ ଲାଗିଛି। ଅଭିଯୋଗ ପାଇବା ପରେ ବସ୍ତା ପୋଲିସ ଘଟଣାର ଅଧିକ ତଦନ୍ତ ସହିତ ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନ୍‌ଭିନ୍‌ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking