39.1 C
Bhubaneswar
Friday, April 26, 2024
Homeଓଡିଶାଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅଟୋମେସନ ଯୁଗରେ ବିଭିନ୍ନ ନିଯୁକ୍ତି ଲାଗି ଦକ୍ଷତା’ ଉପରେ ମୋ କଲେଜ...

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅଟୋମେସନ ଯୁଗରେ ବିଭିନ୍ନ ନିଯୁକ୍ତି ଲାଗି ଦକ୍ଷତା’ ଉପରେ ମୋ କଲେଜ ପକ୍ଷରୁ ଆଲୋଚନାଚକ୍ର

ଭୁବନେଶ୍ୱର,:  ନିଯୁକ୍ତିର ମାପକାଠି ହେଉଛି ଦକ୍ଷତା। ତେଣୁ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବ୍ୟାପକ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଲାଗି ଦକ୍ଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ସୋମବାର *‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅଟୋମେସନ ଯୁଗରେ ବିଭିନ୍ନ ନିଯୁକ୍ତି ଲାଗି ଦକ୍ଷତା’* ପ୍ରସଙ୍ଗ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି। ‘ଭୁବନେଶ୍ୱର ରାଉଣ୍ଡ ଟେବୁଲ୍ ୨୩୦’ ସହାୟତାରେ ‘ଓ-ହବ୍’ଠାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା।

ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ଆକାଶ ଦାସ ନାୟକ ଏହି ଆଲୋଚନାଚକ୍ରରେ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବେ କୋଲକାତା ଭେଞ୍ଚର୍ସର ପରିଚାଳନା ନିର୍ଦ୍ଦେଶକ ଆଭେଲୋ ରୟ ଯୋଗ ଦେଇଥିଲେ। ସେହିପରି ‘ଭୁବନେଶ୍ୱର ରାଉଣ୍ଡ ଟେବୁଲ୍ ୨୩୦’ର ଅଧ୍ୟକ୍ଷ ଆନନ୍ଦ ପୋଦାର, ଆଇଏମ୍‌ଏ-ଜେଡିଏନ୍‌ର ନ୍ୟାସ୍‌ନାଲ କାଉନ୍‌ସିଲ୍ ମେମ୍ବର ତଥା ଓଡ଼ିଶା ରାଜ୍ୟ ସଂଯୋଜକ ଡକ୍ଟର ଅଭିଜିତ ଉପାଧ୍ୟାୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

‘‘ମୋ କଲେଜ ଅଭିଯାନ ରାଜ୍ୟ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ। ଏହା ପୁରାତନ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ନିଜ ଶିକ୍ଷାନୁଷ୍ଠାନ ସହ ଯୋଡ଼ିବାର ଏକ ଅଭିନବ ପ୍ଲାଟଫର୍ମ ପାଲଟିଛି। ସେମାନେ ପଢ଼ିଥିବା ଶିକ୍ଷାନୁଷ୍ଠାନ ପାଇଁ କିଛି ବିଭିନ୍ନ ପ୍ରକାରେ ଅବଦାନ ଦେଇ ଏହାର ସାମଗ୍ରିକ ବିକାଶର ସାଥୀ ହୋଇପାରୁଛନ୍ତି। ବର୍ତ୍ତମାନର ଛାତ୍ରଛାତ୍ରୀଙ୍କର ବୌଦ୍ଧିକ ବିକାଶ ସହ ସେମାନଙ୍କୁ ଗୋଟିଏ ଭଲ କ୍ୟାରିୟର କରିବା ପାଇଁ ପ୍ରେରଣା ଯୋଗାଉଛି ମୋ କଲେଜ। ତେଣୁ ମୋର ବିଶ୍ୱାସ, ଆଜିର ଏହି ବୌଦ୍ଧିକ ଆଲୋଚନା ନିଶ୍ଚିତ ଭାବେ ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାରେ ସହାୟକ ହେବ’’, କହିଛନ୍ତି ଆକାଶ ଦାସନାୟକ।

ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ଆଭେଲୋ ରୟ ଛାତ୍ରଛାତ୍ରୀଙ୍କ ସହ ତାଙ୍କର ଷ୍ଟାର୍ଟଅପ୍ ଯାତ୍ରାର ଅନୁଭୂତି ବାଣ୍ଟିଥିଲେ। ସେ କହିଥିଲେ, ‘‘ଆଜିର ଦିନରେ ସଫଳତା ପାଇବାକୁ ହେଲେ ଆମକୁ କମ୍ୟୁନିକେସନ, କୋଡିଂ ଡିଜାଇନ, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ, ଡିଜିଟାଲ ମାର୍କେଟିଙ୍ଗ୍ ଏବଂ ଡାଟା ଆନାଲିଟିକ୍ସ, ପର୍ସନାଲ ସ୍କିଲ୍, ଲାଙ୍ଗୁଏଜ୍ ଆଦି ପ୍ରମୁଖ ବିଷୟ ଉପରେ ଦକ୍ଷତା ରଖିବାକୁ ପଡ଼ିବ। ଏହା ହିଁ ଆମକୁ ସଫଳତା ଦିଗରେ ବାଟ ଦେଖାଇବ।’’

ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ କଲେଜ ଛାତ୍ରଛାତ୍ରୀ ସିଧାସଳଖ ଭାବେ ଯୋଡ଼ି ହୋଇଥିଲା ବେଳେ ଅନଲାଇନ ମାଧ୍ୟମରେ ରାଜ୍ୟର ଶତାଧିକ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ସାମିଲ ହୋଇଥିଲେ।

ଏହି ଆଲୋଚନାଚକ୍ରରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଅତିଥିମାନଙ୍କୁ ଛାତ୍ରଛାତ୍ରୀମାନେ କ୍ୟାରିୟର ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଅତିଥିମାନେ ଅତି ସୁନ୍ଦର ଭାବେ ସେମାନଙ୍କୁ ଉତ୍ତର ଦେଇଥିଲେ। ଶେଷରେ ‘ମୋ କଲେଜ ଅଭିଯାନ’ର ପରିଚାଳନା କମିଟି ସଦସ୍ୟ ତନ୍ମୟ ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking