27.1 C
Bhubaneswar
Saturday, July 12, 2025
Homeଦେଶ ବିଦେଶମିର୍ଜାପୁର ୨ କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍ କଲେ ମିର୍ଜାପୁର ସାଂସଦ ଅନୁପ୍ରିୟା ପଟେଲ

ମିର୍ଜାପୁର ୨ କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍ କଲେ ମିର୍ଜାପୁର ସାଂସଦ ଅନୁପ୍ରିୟା ପଟେଲ

ନୂଆଦିଲ୍ଲୀ :ଅକ୍ଟୋବର ୨୨ ତରିଖ ରାତିରେ ରିଲିଜ୍ ହୋଇଥିଲା ମିର୍ଜାପୁର ୨ ।ଗତ ୨ବର୍ଷ ପରେ ଫ୍ୟାନ୍ସମାନଙ୍କର ଅପେକ୍ଷାର ଅନ୍ତ ଘଟିଥିଲା ।ଅକ୍ଟୋବର ୨୨ରେ ଓଟିଟି ପ୍ଲାଟଫର୍ମରେ ପ୍ରାଇମ୍ ଭିଡିଓରେ ମିର୍ଜାପୁର ୱେବ ସିରିଜ୍ ମୁକ୍ତିଲାଭ କରିଥିଲା । ଅକ୍ଟୋବର ୨୩ରେ ଏହି ସିରିଜ୍ ରିଲିଜ୍ ହେବାର ଥିଲା । କିନ୍ତୁ ଏହାକୁ କିଛି ଘଂଟା ପୂର୍ବରୁ ରିଲିଜ୍ କରାଯାଇଥିଲା ।ପ୍ରାଇମ୍ ଭିଡିଉରେ ଏହି ସିରିଜ ବାହାରବା ମାତ୍ରେ ଲୋକମାନେ ଏହାକୁ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ।କିନ୍ତୁ ଏବେ ମିରଜାପୁର ଫିଲ୍ମକୁ ନେଇ ଅନେକ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି ।କାରଣ ମିର୍ଜାପୁର ୨ରେ ଥିବା କାହାଣୀକୁ ନେଇ ସୋସିଆଲ ମିଡିଆରେ ବିରୋଧ ହୋଇଛି ।ଅନେକ ପ୍ରଶଂସକ ମଧ୍ୟ ମିର୍ଜାପୁର ୨କୁ ସୋସିଆଲ ମିଡିଆରେ ଟୁଇଟ୍ କରିଛନ୍ତି ।
ଉତଂରପ୍ରଦେଶର ମିର୍ଜାପୁର ଜିଲ୍ଳାର ସାଂସଦ ଅନୁପ୍ରିୟା ପଟେଲ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟୁଇଟ୍ କରିଛନ୍ତି ।ସେ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି – ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ତତ୍ୱବଧାନରେ ମିର୍ଜାପୁର ଚାଲିଛି ।କିନ୍ତୁ ଏହି ୱେବ ସିରିଜ୍ ଜରିଆରେ ଏହା ଏକ ହିଂସାତ୍ମକ ଅଚଂଳ କହି ବଦନାମ୍ କରାଯାଉଛି ।ସେ ତାଙ୍କ ପରବଂତୀ ଟୁଇଟ୍‌ରେ ଲେଖିଛନ୍ତି –ମିର୍ଜାପୁର ଜିଲ୍ଲାର ସାଂସଦ ଭବେ ମୁଁ ଏହାର ତଦନ୍ତ ଚାହେଁ ଏବଂ ଏହା ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ।ା ମିର୍ଜାପୁର ୨ରେ ଦିବ୍ୟେନ୍ଦ୍ର ଶର୍ମା , ଅଲି ଫଜଲ , ଶ୍ୱେତା ତ୍ରିପାଠୀ ,ରସିକା ଦୁଗୁଲ ,ଏବଂ ପଙ୍କଜ ତ୍ରିପାଠୀ ଭଳି କଳାକାର ଅଛନ୍ତି । ଆହୁରୀ ମଧ୍ୟ କିଛି ନୂଆ କଳାକାର ମଧ୍ୟ ଏହି ସିରିଜ୍ ରେ ଅଭିନୟ କରିଛନ୍ତି ।ଏହାର ନିର୍ଦ୍ଦେଶନା ଦେଇଛନ୍ତି ଗୁରୁମିତ ସିଂଏବଂ ମିହିର ଦେଶାଇ ।ଫରହାନ୍ ଅଖତର ଏବଂ ରିିତେଶ ସିଦ୍ଧୱାନୀ ଏହାର ନିର୍ମାତା ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking