କରୋନା ସହ ଲଢ଼େଇ ପରେ ହାରିଗଲେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ରୁକ୍ମଣୀ ଦେବୀ

ଜଗତସିଂହପୁର:(ପ୍ରତାପ କୁମାର ସିଂହ)ଜଗତସିଂହପୁର ଓ ସାଲେପୁର ଅଞ୍ଚଳର ସୁନାମଧନ୍ୟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ମୁଖ୍ୟ ଡାକ୍ତର ରୁକ୍ମଣୀ ଦେବୀଙ୍କର ୬୨ ବର୍ଷ ବୟସରେ ପରଲୋକ ହୋଇଯାଇଛି ।
ସେ କରୋନାରେ ଆକ୍ରାନ୍ତ ହୋଇ ଅଶ୍ୱିନୀ ହସ୍ପିଟାଲରେ ଦୀର୍ଘ ୧୫ ଦିନ ଧରି ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଯାଇଛି । ସେ ଜଣେ କରୋନା ଯୋଦ୍ଧା ହୋଇଥିବାରୁ କୋଭିଡ୍‌ କଟକଣା ଅନୁଯାୟୀ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ତାଙ୍କର ଦୁଇ ଜଣ ଝିଅ ଥିବା ବେଳେ ବଡ଼ ଜ୍ୱାଇଁ ଚିନ୍ମୟ ବଲ୍ଲଭ ବେହେରା ମୁଖାଗ୍ନୀ ଦେଇଥିଲେ । ତାଙ୍କ ଜନ୍ମସ୍ଥାନ ବାରିଗୋଳ ପଞ୍ଚାୟତ ବୋଦାମୁଣ୍ଡାଇ ଗ୍ରାମରେ ହୋଇଥିବା ବେଳେ ସେ ସାଲେପୁର କଲେଜ ରୋଡର ରୋଧପୁର ଗ୍ରାମରେ ରହି ରୋଗୀ ସେବା କରୁଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜଗତସିଂହପୁର ଓ ସାଲେପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here