33.1 C
Bhubaneswar
Saturday, April 27, 2024
Homeଅପରାଧନାବାଳିକାକୁ ପିଟି ପିଟି ହତ୍ୟା

ନାବାଳିକାକୁ ପିଟି ପିଟି ହତ୍ୟା

କେନ୍ଦୁଝର : ନାବାଳିକାକୁ ପିଟି ପିଟି ହତ୍ୟା କରିବା ପରେ ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରଘୁଆଳ ସାହିରେ । ଗୁୁରୁତର ଅବସ୍ଥାରେ ଅଭିଯୁକ୍ତ କୈଳାଶ ସିତାରୀଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୋଲିସ୍ । ସୂଚନା ଅନୁଯାୟୀ, ଗତ କିଛି ବର୍ଷ ତଳେ ଜଗନ୍ନାଥପୁର ଅଞ୍ଚଳର ସରତ ଓରାମ ମୃତ୍ୟୁ ବରଣ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ସହ ଶାନ୍ତିଲତା ରହୁଥିଲେ । ତେବେ ରଘୁଆଲ ସାହିର କୈଳାସ ପରବର୍ତ୍ତୀ ସମୟରେ ଶାନ୍ତିଲତାଙ୍କ ସହ ସମ୍ପର୍କ ରଖିବା ସହିତ ଦ୍ୱିତୀୟ ସ୍ତ୍ରୀ ରୂପେ ଗ୍ରହଣ କରିଥିଲା । ପୂର୍ବରୁ କୈଳାଶଙ୍କ ସ୍ତ୍ରୀ ମଧ୍ୟ ମୃତ୍ୟୁ ବରଣ କରି ସାରିଥିଲେ । ଏଭଳି ସ୍ଥିତିରେ ଗତ ରାତିରେ ଦ୍ୱିତୀୟ ସ୍ତ୍ରୀ ଶାନ୍ତିଲତାଙ୍କ ନାବାଳିକା ଝିଅ କୌଣସି ଜଣେ ପିଲାସହ ମୋବାଇଲରେ କଥା ହେଉଥିବା ବେଳେ କୈଳାଶ ରାଗି ଯାଇ ନାବାଳିକାକୁ ଏକ କାଠ ଫାଳିଆରେ ନିସ୍ତୁକ ପିଟିଥିଲେ । ଯାହା ଫଳରେ ନାବାଳିକାର ମୃତ୍ୟୁ ଘଟିଥିଲା । ନାବାଳିକା ଜଣକ ମରିଯିବା ପରେ ଘର ଭିତରକୁ ଯାଇ କୈଳାଶ ବେକରେ ଦଉଡ଼ି ଲଗାଇ ଆତ୍ମା ହତ୍ୟା ଉଦ୍ୟମ କରିଥିଲେ । ହେଲେ ତାଙ୍କ ସ୍ତ୍ରୀ ଶାନ୍ତିଲତା ଏହା ଦେଖି ଏକ ଦାରେ ରଶିଟିକୁ କାଟି ପକାଇଥିଲେ । ଯାହାଫଳରେ କୈଳାଶ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ । ଏ ଘଟଣାକୁ ନେଇ ଗ୍ରାମବାସୀମାନେ ପୋଲିସକୁ ଖବର ଦେବା ସହ ଗୁରୁତର କୈଳାଶଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking