37.1 C
Bhubaneswar
Sunday, April 28, 2024
Homeଓଡିଶାକୋଭିଡ୍ ଟିକା ନେଇଥିବା କରୋନା ଯୋଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ...

କୋଭିଡ୍ ଟିକା ନେଇଥିବା କରୋନା ଯୋଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ପ୍ରଥମ ଦଫା ଟୀକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କରୋନା ଯୋଦ୍ଧା
 କେନ୍ଦ୍ରାପଡ଼ା ଜିଲ୍ଲାର ୮ ହଜାର କରୋନା ଯୋଦ୍ଧାଙ୍କ ପାଇଁ ମାଗଣା ଟିକା ଉପଲବ୍ଧ ହୋଇଛି
 ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ଇଚ୍ଛାଶକ୍ତି କାରଣରୁ ସବୁଠି ଟିକା ପହଁଚିପାରିଛି
 ଦେଶବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ବିଶ୍ୱରେ ଉଦାହରଣ ତିଆରି କରିଛନ୍ତି ମୋଦି
କେନ୍ଦ୍ରାପଡ଼ା : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର କେନ୍ଦ୍ରାପଡ଼ା ଠାରେ ପ୍ରଥମ
ପର୍ଯ୍ୟାୟରେ କୋଭିଡ଼୍ ଟିକା ନେଇଥିବା ଜିଲ୍ଲାର କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଟିକା
ନେଇଥିବା କୋରନା ଯୋଦ୍ଧା ମାନଙ୍କ ସ୍ୱାସ୍ଥ୍ୟବସ୍ଥା ଏବଂ ଅନୁଭୂତି ସମ୍ପର୍କରେ ଆଲୋଚନା କରିଛନ୍ତି ।
କୋଭିଡ଼୍ ଟିକା ପ୍ରସ୍ତୁତି ସହ ପ୍ରଥମ ଦଫାରେ ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟକର୍ମୀ ତଥା କରୋନା ଯୋଦ୍ଧା
ମାନଙ୍କୁ ପ୍ରଧାନ୍ୟ ଦେଇଥିବାରୁ କରୋନା ଯୋଦ୍ଧା ମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ
ପ୍ରଧାନ କହିଛନ୍ତି ଯେ ଦେଶରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସଫଳ କୋଭିଡ୍ ମୁକାବିଲା କରିବା ପରେ
ସମଗ୍ର ଭାରତବର୍ଷ ଓ ଓଡ଼ିଶା ସମେତ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୮ ହଜାର ସଫେଇ କର୍ମଚାରୀ,
ସ୍ୱାସ୍ଥ୍ୟକର୍ମୀ ତଥା କରୋନା ୱାରିୟର୍ସ ମାନଙ୍କ ପାଇଁ ମଧ୍ୟ ଭାରତ ସରକାର ଏ ସବୁ ଟିକା ମାଗଣାରେ
ଉପଲବ୍ଧ କରାଇଛନ୍ତି ।
ସ୍ୱଦେଶୀ ଟିକା ପ୍ରସ୍ତୁତି ଏବଂ ପ୍ରଥମ ପର୍ଯ୍ୟାୟରେ ଏହା ଓଡ଼ିଶା ସମେତ ଭାରତବର୍ଷର ସବୁ ସ୍ଥାନରେ
ପହଁଚିବା ; ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ନେତୃତ୍ୱ ଓ ଇଚ୍ଛାଶକ୍ତି କାରଣରୁ ସମ୍ଭବ ହୋଇପାରିଛି । ମହାମାରୀ
ସମୟରେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ଉଦାହରଣ ତିଆରି କରିଥିବା ପ୍ରଧାନମନ୍ତ୍ରୀ
ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସାଧୁବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking