33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପଞ୍ଚଭୂତରେ ବିଲୀନ ହେଲେ ମିଲଖା ସିଂହ

ପଞ୍ଚଭୂତରେ ବିଲୀନ ହେଲେ ମିଲଖା ସିଂହ

ଚଣ୍ଡୀଗଡ: ଭାରତର ମହାନ ଧାବକ ମିଲଖା ସିଂହଙ୍କ ଚଣ୍ଡିଗଡରେ ରାଜକୀୟ ସମ୍ମାନ ରେ ଅନ୍ତିମ ସଂସ୍କାର କରାଯାଇଛି । ଏହା ମଧ୍ୟରେ ଚଣ୍ଡୀଗଡର ମଟକା ଚୌକସ୍ଥିତ ଶ୍ମଶାନ ଘାଟରେ କେନ୍ଦ୍ର ମନ୍ତ୍ରୀ କିରନ ରିଜିଜୁ, ପଂଜାବ ରାଜ୍ୟପାଳ ଓ ପଂଜାବ କ୍ରୀଡାମନ୍ତ୍ରୀ ଙ୍କ ସହିତ ଅନ୍ୟ ସମସ୍ତେ ଉପସ୍ଥିତ ରହିଥିଲେ । ଏହା ପୂର୍ବରୁ ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅରମିନ୍ଦର ସିଂ ବାସସ୍ଥାନ ଯାଇ ତାଙ୍କୁ ଶ୍ରଦ୍ଧାଜଂଳୀ  ଦେଇଛନ୍ତି । ମିଲଖା ସିଂ ଙ୍କ ସମ୍ମାନରେ ପଂଜାବରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।  ମିଲଖା ସିଂ ଶୁକ୍ରବାର ରାତି ୧୧.୩୦ରେ ଚଣ୍ଡୀଗଡ ପିଜିଆଇ ହସ୍ପିଟାଲରେ କରୋନା ପାଇଁ ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।  ଏହି ସପ୍ତାହରେ ତାଙ୍କ ପତ୍ନୀ ନିର୍ମଳ କୌରଙ୍କର ନିଧନ ହୋଇଥିଲା । ଦୁହେଁ କରୋନାରେ ସଂକ୍ରମିତ ଥିଲେ । ମିଲଖା ସିଂହଙ୍କ ନିଧନ ସହିତ ଗୋଟିଏ ଯୁଗର ଅବସାନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସମେତ ସମଗ୍ର ଦେଶ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking